Only for Entertainment

କୌନ ବନେଗା କରୋଡ଼ପତିରେ ନଜର ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ,ଦେଖନ୍ତୁ ଭିଡ଼ିଓ !

35

ଆଗାମୀ ନଭେମ୍ବର୨୮ ତାରିଖ ରୁ ଆରମ୍ଭ ହେବାକୁ ଥିବା ହକି ବିଶ୍ବ କପ ଟୁର୍ଣ୍ଣାମେଂଟକୁ ନେଇ ଆମ ରାଜ୍ୟସରକାର ପ୍ରଚାର କରିବାରେ ଖୁବ ଜୋରସୋରରେ ଲାଗିପଡିଛନ୍ତି । ହକି ଟୁର୍ଣ୍ଣାମେଂଟ ପ୍ରଚାର ଲାଗି ଆଜି ରାତି ୯ଟା ରେ ସୋନି ଟିଭିରେ ଦେଖିବାକୁ ମିଳିବ କିଛି ଖାସ । ରାତି ୯ଟା ରେ ସୋନି ଟିଭିରେ ପ୍ରସାରିତ ହେଉଥିବା ‘କୌନ ବନେଗା କାରୋଡ଼ପତି’ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଆଜି ନଜର ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେବିସିରେ ହେବାକୁଥିବା ଏହି ସ୍ୱତନ୍ତ୍ର ଉପସ୍ଥାପନା ନେଇ ଗତ କିଛିଦିନ ପୂର୍ବରୁ ୫୦ ସେକେଣ୍ଡର ପ୍ରମୋ ଭିଡିଓ ଟେଲିଭିଜନ ଏବଂ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଥିଲା ।

ଖବର ମୁତାବକ , ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ହକି ବିଶ୍ୱକପ କୁ ସଫଳ କରିବାକୁ ପ୍ରୟାସ ଜୋରସୋର ରେ କରିବାରେ ଲାଗିଛନ୍ତି । ସେଥିପାଇଁ ଆଜି ରାତି ୯ ଟାରେ ସୋନି ଟଭିରେ ପ୍ରସାରିତ ‘କୌନ ବନେଗା କରୋଡ଼ପତି’ ବା କେବିସି ଶୋ’ରେ କିପରି ହକି କୁ ଓଡ଼ିଶାରେ ଅଧିକ ପ୍ରାଧାନ୍ୟ ଦିଆଯାଉଛି ସେକଥା କହବେ ନବୀନ । ଏହି କାର୍ଯ୍ୟକ୍ରମରେ ହକିର କିଛି ଖେଳାଳି ମଧ୍ୟ ଉପସ୍ଥିତ ରହିବେ । ନବୀନଙ୍କ ହକି ପ୍ରତି ଏହି ଭଲ ପାଇବାକୁ ସମସ୍ତେ ଖୁବ ପ୍ରଶଂସା କରିଛନ୍ତି ।

ଏଠାରେ ଆମେ ଆପଣଙ୍କୁ ଜଣାଇ ଦେଉଛୁ ଯେ , ପୂର୍ବରୁ ମଧ୍ୟ ହକି ବିଶ୍ୱକପର ପ୍ରଚାର ପାଇଁ ବିଦେଶରେ ପ୍ରଚାର କରାଯିବା ସହ ଏହାର ଉଦଘାଟନୀ ସଙ୍ଗୀତର ଦାୟିତ୍ୱ ଏ. ଆର ରହେମାନ ଓ ଗୁଲଜାରଙ୍କୁ ଦିଅ ଯାଇଥିବା ବେଳେ କିଛିଦିନ ତଳେ ସୁପର ଷ୍ଟାର ଶାହାରୁଖ ଖାନ କୁ ନବୀନ ଟ୍ୱିଟ ଯୋଗେ ଆମନ୍ତ୍ରଣ କରିଥିଲେ । ଯାହାକି ଶାହାରୁଖ ସ୍ୱୀକୃତି ଦେଇଥିବା ଜଣାପଡିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More