Only for Entertainment

ଓଡ଼ିଶା ଏକ୍ସଲେନ୍ସି ଆଓ୍ଵାର୍ଡ ପାଇବେ ପ୍ରେମ୍‌ ଆନନ୍ଦ

facebook
34

ସଂଗୀତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରସିଦ୍ଧ ସଂଗୀତ ନିର୍ଦ୍ଦେଶକ ପ୍ରେମ୍‌ ଆନନ୍ଦଙ୍କୁ ମିଳିବ ଚଳିତ ବର୍ଷର ମର୍ଯ୍ୟାଦାଜନକ ଓଡିଶା ଏକ୍ସଲେନ୍ସି ଆଓ୍ଵାର୍ଡ-୨୦୧୮ । ଓଡ଼ିଆ ମିଡ଼ିଆ ଦ୍ୱାରା ଆସନ୍ତା ୧୫ ତାରିଖରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଏହି ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ମହାମହିମ ରାଜ୍ୟପାଳ ଗଣେଶୀ ଲାଲ୍‌ ଜୀ ଏବଂ ସ୍ୱାଧୀନତା ସଂଗ୍ରମୀ ଗୌରହରି ଦାସ ଉପସ୍ଥିତ ରହି ଏହି ପୁରସ୍କାର ପ୍ରଦାନ କରିବେ ।

ପୂର୍ବରୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, ଓଡ଼ିଆ ଫିଲ୍ମ ଫେୟାର ଆଓ୍ଵାର୍ଡ, ରେଡିଓ ଚକୋଲେଡ ଆଓ୍ଵାର୍ଡ, ଜି ସାର୍ଥକ ଆଓ୍ଵାର୍ଡ, ତରଙ୍ଗ ସିନେ ଆଓ୍ଵାର୍ଡ ଭଳି ପ୍ରମୁଖ ଆଓ୍ଵାର୍ଡର ଅଧିକାରୀ ପ୍ରେମ୍‌ ଆନନ୍ଦ ଓଡ଼ିଆ, ମରାଠି ଓ ହିନ୍ଦୀ ସିନେମା ଜଗତରେ ଏକ ପରିଚିତ ନାମ । ହିନ୍ଦୀ ଫିଲ୍ମ ‘ପ୍ଲାନ୍‌ -ବି’, ମରାଠି ସିନେମା ‘ସିର୍ଟକର୍ଟ’ ଭଳି ପ୍ରିୟ ସିନେମା ସମେତ ଓଡ଼ିଆରେ ୫୦ରୁ ଊର୍ଦ୍ଧ୍ୱ ଲୋକପ୍ରିୟ ସିନେମାରେ ସଂଗୀତ ନିର୍ଦ୍ଦେଶନା ଦେଇ ପ୍ରଶଂସା ସାଉଟିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More