Only for Entertainment

କେଉଁଝର ସଦର ଆଇଆଇସିଙ୍କ ମହାନତା, ଷ୍ଟ୍ରେଚର ସାହାଯ୍ୟରେ ରୋଗୀକୁ ନିଜେ ବୋହି ହସ୍ପିଟାଲରେ କଲେ ଭର୍ତ୍ତି !

105

ଆପଣମାନେ ଜାଣିଥିବେ ଭାରତର ବିଭିନ୍ନ ସ୍ଥାନରୁ ଏଭଳି ଅନେକ ଖବର ସାମ୍ନାକୁ ଆସିଛି, ଯେଉଁଠି ମହିଳା କର୍ମଚାରୀ ନିଜ କର୍ମସ୍ଥଳୀରେ ଥାଇ ମଧ୍ୟ ନିଜ ବ୍ୟକ୍ତିଗତ ଜୀବନକୁ ମଧ୍ୟ ଭୁଲି ନାହାନ୍ତି । କେତେବେଳେ ଶୁଣିଥିବେ ଏକ ପୋଲିସ କର୍ମଚାରୀ କର୍ମସ୍ଥଳୀ ରେ ଶିଶୁକୁ ପିଆଇଲେ କ୍ଷୀର, ଭିଡ଼ିଓ କିମ୍ବା ଫଟୋ ଭାଇରାଲ  ।


ଏଠାରେ ଆମେ ଆପଣଙ୍କୁ ଓଡିଶାର ଏହିଭଳି  ଜଣେ ପୁଲିସ କର୍ମଚାରୀ ଅର୍ଥାତ କେନ୍ଦୁଝର ଆଇଆଇସିଙ୍କ ବିଷୟରେ ବତାଇବୁ, ଯିଏ ନିଜର ମହାନତା ଯୋଗୁଁ ଏକ ନିରୀହ ଵ୍ୟକ୍ତିର ଜୀବନ ବଞ୍ଚାଇପାରିଛନ୍ତି , ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

 

ଅସଲରେ ଘଟଣା ହେଉଛି କେଉଁଝର ଜିଲ୍ଲାର । କେଉଁଝର ଜିଲ୍ଲା ବାଙ୍କ ବାରିଣୀ ପୋଲ ନିକଟରେ ଘଟିଥିବା ଦୁର୍ଘଟଣାରେ କ୍ଷତବିକ୍ଷତ ଅବସ୍ଥାରେ ପଡିଥିବା ଗୋରୁବେପାରି ହସ୍ପିଟାଲରେ ପହଞ୍ଚିଥିଲେ। ମାତ୍ର ହସ୍ପିଟାଲରେ ରୋଗୀ ପହଞ୍ଚିଲା ବେଳକୁ ଆମ୍ବୁଲାନ୍ସ ରୁ ହସ୍ପିଟାଲ ଭିତରକୁ ନେବା ଲାଗି କୌଣସି କର୍ମଚାରୀ ସେଠାରେ ଉପସ୍ଥିତ ନଥିଲେ । ଘଟଣାସ୍ଥଳରେ ସଦରଥାନା ଆଇଆଇସି ମ୍ୟାଡ଼ମ ରୋଗୀକୁ ହସ୍ପିଟାଲକୁ ନେବା ଲାଗି ନିଜେ ହାତବଢାଇ ଥିଲେ ।

ପୁଲିସ ହୋଇ ନୁହନ୍ତି  ବରଂ ଏକ ମଣିଷ ପଣିଆ ର ଉଦାହରଣ ସାଜିଛନ୍ତି ଏହି ମହିଳା ପୁଲିସ କର୍ମଚାରୀ । ଏହି ମଣିଷ ପଣିଆ ପାଇଁ ସେଠାରେ ଉପସ୍ଥିତ ଥିବା ଲୋକେ ଖୁବ ପ୍ରଶଂସା ମଧ୍ୟ କରିଛନ୍ତି ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More