ସୁନ୍ଦରୀ ପ୍ରତିଯୋଗୀତା ଏଭଳି ଏକ ମାଧ୍ୟମ ଯେଉଁଥିରେ ଲୁଚି ରହିଥିବା ପ୍ରତିଭା ସମସ୍ତଙ୍କୁ ସାମ୍ନାକୁ ଆସିଥାଏ ।ତେବେ ସମସ୍ତ ଟ୍ୟାଲେଂଟକୁ ସାମ୍ନାକୁ ଆଣିବା ପାଇଁ କିଛି ଅନୁଷ୍ଠାନ ଥାଆନ୍ତି ଯେଉଁମାନେ ଏଥିପାଇଁ ଏକ ମାଧ୍ୟମ ହୋଇଥାନ୍ତି । ତେବେ ଆସନ୍ତା କାଲି ଓଡ଼ିଶା କୁଇନ ଦ୍ୱାରା ଓଡ଼ିଶାରୁ ଚୟନ ହେବ ପ୍ରତିଭା ।
ଆଜ୍ଞା ହଁ ଆସନ୍ତାକାଲି ଶନିବାରକୁ କିମ୍ସ ଅଡିଟୋରିୟମରେ ଆୟୋଜନ ହେବାକୁ ଯାଉଛି ‘ଓଡ଼ିଶା କୁଇନ ୨୦୧୯’ । ଯେଉଁଥିରେ ମୁଖ୍ୟ ବିଚାରକ ଭାବରେ ନଜର ଆସିବେ ବଲିଉଡ ଅଭିନେତ୍ରୀ ଜରୀନ ଖାନ୍ । ଏହା ସହିତ ଏହି ପ୍ରତିଯୋଗୀତାରେ ନଜର ଆସିବେ ଓଡ଼ିଆ ଅଭିନେତ୍ରୀ ଲିପ୍ସା ମିଶ୍ରଙ୍କ ସମେତ ଅନୁଭା ସୌର୍ଯ୍ୟ, ତମନ୍ନା,ଦେବଜାନୀ, ଦୀପିକା ଓ ପ୍ରିୟଙ୍କା ଆଦି ନଜର ଆସିବେ । ଏହି କାର୍ଯ୍ୟକ୍ରମରେ ନେସନାଲ କୋରିଓଗ୍ରାଫର କେୟୁର ଦେଶାଇ ଉପସ୍ଥିତ ରହିବେ ।