Only for Entertainment

ଶନିଦେବଙ୍କୁ ଏହି ସମସ୍ତ ବସ୍ତୁ ଦାନ କରୁଛନ୍ତି କି? ଜାଣନ୍ତୁ କେଉଁ ଜିନିଷ ଦାନ କଲେ ମିଳିବ ଶୁଭ ଫଳ !

Youngisthan
33

ହିନ୍ଦୁଧର୍ମରେ ଦାନର ପରମ୍ପରା ରହିଛି। ଯେକୌଣସି ଶୁଭ କାର୍ଯ୍ୟରେ ପୂଜା କରି ସାରିବା ପରେ ଦାନ ଓ ଦକ୍ଷିଣା ଦେବା ଦ୍ୱାରା ଭଗବାନଙ୍କ ଆଶୀର୍ବାଦ ମିଳିଥାଏ। ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କୁ କର୍ମର ଦେବତା କୁହାଯାଇଛି। କାରଣ ସେ ମନୁଷ୍ୟର କର୍ମ ଅନୁସାରେ ଫଳ ଦେଇଥାନ୍ତି। ଶନିଦେବଙ୍କ କୃପା ଲାଭ କରିବା ପାଇଁ ଆମେ ଅନେକ କିଛି ଉପାୟ କରିଥାଉ। ସେହିପରି ଶନିଙ୍କ କୋପରୁ ବର୍ତ୍ତିବା ପାଇଁ ମଧ୍ୟ ଅନେକ ଉପାୟ କରିଥାଉ। କିଛି ଦ୍ରବ୍ୟ ଅର୍ପଣ ଦ୍ୱାରା ଶନିଙ୍କ କୋପରୁ ବଞ୍ଚିଥାଉ। କିନ୍ତୁ ଭୁଲବଶତଃ କିଛି ଦ୍ରବ୍ୟ ଅର୍ପଣ ଦ୍ୱାରା ଶନିଙ୍କ କୋପର ଶିକାର ହେବାକୁ ପଡିଥାଏ। ଆସନ୍ତୁ ଜାଣିବା କେଉଁ ଦ୍ରବ୍ୟ ଶନିଙ୍କୁ ଅର୍ପଣ କରିବା ଉଚିତ ନୁହେଁ ..

ହଳଦିଆ ରଙ୍ଗର ବସ୍ତୁ:

ହିନ୍ଦୁ ଧର୍ମରେ ହଳଦିଆ ରଙ୍ଗର ବସ୍ତୁର ବିଶେଷ ମହତ୍ତ୍ୱ ରହିଛି। କିନ୍ତୁ ଶନିବାର ଦିନ କିମ୍ବା ଶନିଙ୍କ ପୂଜା କରିବା ବେଳେ ହଳଦିଆ ରଙ୍ଗର କୌଣସି ବସ୍ତୁର ପ୍ରୟୋଗ କରନ୍ତୁ ନାହିଁ। ଶାସ୍ତ୍ର ଅନୁସାରେ ହଳଦିଆ ରଙ୍ଗର ସମ୍ବନ୍ଧ ବୃହସ୍ପତି ଗ୍ରହଙ୍କ ସହ ରହିଛି। ଜ୍ୟୋତିଷ ଅନୁସାରେ ଶନି ଓ ବୃହସ୍ପତି ଉଭୟ ପରସ୍ପର ପ୍ରତି ଶତ୍ରୁଭାବ ପ୍ରଦର୍ଶନ କରିଥାନ୍ତି। ତେଣୁ ଶନିବାର ଦିନ ହଳଦିଆ ରଙ୍ଗର ବସ୍ତୁ ଦାନ କରନ୍ତୁ ନାହିଁ ଏବଂ ଶନିଦେବଙ୍କୁ ହଳଦିଆ ରଙ୍ଗର କୌଣସି ଦ୍ରବ୍ୟ ଅର୍ପଣ କରନ୍ତୁ ନାହିଁ।

ଧଳା ରଙ୍ଗର ବସ୍ତୁ:

ହଳଦିଆ ରଙ୍ଗ ସହ ଶନିଦେବଙ୍କୁ ଧଳା ରଙ୍ଗ ମଧ୍ୟ ପସନ୍ଦ ନୁହେଁ। କାରଣ ଧଳା ରଙ୍ଗ ସହ ଚନ୍ଦ୍ରମାଙ୍କ ସମ୍ବନ୍ଧ ରହିଛି। ଶାସ୍ତ୍ର ଅନୁସାରେ ଶନି ଓ ଚନ୍ଦ୍ରଙ୍କ ପରସ୍ପର ସହ କୌଣସି ସମ୍ପର୍କ ଭଲ ରହି ନଥାଏ। ତେଣୁ ଶନିଙ୍କୁ ପୂଜା କରିବା ବେଳେ ଭୁଲରେ କେବେ ବି ଧଳା ରଙ୍ଗର କୌଣସି ଦ୍ରବ୍ୟର ବ୍ୟବହାର କରନ୍ତୁ ନାହିଁ। ଏବଂ ଧଳା ରଙ୍ଗର କୌଣସି ଦ୍ରବ୍ୟ ଶନିଙ୍କୁ ଅର୍ପଣ ମଧ୍ୟ କରନ୍ତୁ ନାହିଁ। ଏପରି କରିବା ଦ୍ୱାରା ଶନିଙ୍କ କୋପର ଶିକାର ହେବାକୁ ପଡିଥାଏ।

ଲାଲ ରଙ୍ଗର ବସ୍ତୁ:

ଶନିବାର ଦିନ କୌଣସି ଲାଲ ରଙ୍ଗର ବସ୍ତୁ ଦାନ କରନ୍ତୁ ନାହିଁ। କାରଣ ଲାଲ ରଙ୍ଗ ସୂର୍ଯ୍ୟଙ୍କ ପ୍ରିୟ ଅଟେ। ସୂର୍ଯ୍ୟ ଓ ଶନି ପରସ୍ପରର ଶତ୍ରୁ ଅଟନ୍ତି। ତେଣୁ ଶନିଙ୍କୁ କେବେ ବି ଲାଲ ରଙ୍ଗର ଦ୍ରବ୍ୟ ଅର୍ପଣ କରନ୍ତୁ ନାହିଁ ଏବଂ ଶନିବାର ଦିନ ଲାଲ ରଙ୍ଗର କୌଣସି ଦ୍ରବ୍ୟ କାହାକୁ ଦାନ ମଧ୍ୟ କରନ୍ତୁ ନାହିଁ।

ଶନିଦେବଙ୍କ ପ୍ରିୟ ବସ୍ତୁ:

ଶନିଦେବଙ୍କ ପ୍ରିୟ ରଙ୍ଗ କଳା ଅଟେ। ତେଣୁ ତାଙ୍କୁ ସର୍ବଦା କଳା ରଙ୍ଗର ବସ୍ତୁ ଅର୍ପଣ କରିବା ଉଚିତ। ଶନିବାର ଦିନ ଶନିଦେବଙ୍କୁ କଳା ରାଶି, ସୋରିଷ ତେଲ ଓ କଳା ରଙ୍ଗର ବସ୍ତୁ ଅର୍ପଣ କରିପାରିବେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More