Only for Entertainment

ସିରିଅଲରେ ଖଳନାୟକକୁ ଦେଖି ରାଗିଗଲେ ବୃଦ୍ଧା, ପାଖକୁ ଆସି କରିଲେ କିଛି ଏଭଳି , ଦେଖନ୍ତୁ ।

khabar ndtv
0 54

ସୋସିଆଲ ମିଡିଆରେ ଏକ ଭିଡିଓ ଦୃତମାତ୍ରରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦେଖିବାକୁ ମିଳିଛି ଏକ ବୃଦ୍ଧା ମହିଳା ଟିଭି ଦେଖୁଥିବା ନଜର ଆସିଥିଲେ । ଭିଡିଓ ଦେଖି ଆପଣଙ୍କୁ ନିଶ୍ଚୟ ହସ ଲାଗିବ । କାରଣ ଯେଉଁଭଳି ଏହି ବୃଦ୍ଧା ମହିଳା ଜଣକ ପ୍ରତିକ୍ରିିୟା ଦେଖାଇଛନ୍ତି ତାହା ଦେଖି ଆପଣଙ୍କୁ ନିଶ୍ଚୟ ହସ ଲାଗିବ । ଏହି ଭିଡିଓକୁ ସୋସିଆଲ ମିଡିଆରେ ସମସ୍ତେ ଖୁବ ପସନ୍ଦ କରିଛନ୍ତି । କଥା ହେଲା ଏହି ଭିଡିଓରେ ବୃଦ୍ଧା ମହିଳା ଜଣକ ଟିଭିରେ ସିରିଅଲ ଦେଖୁଛନ୍ତି । ଖଳନାୟକକୁ ଦେଖି ସେ ଏତେ ରାଗି ଯାଇଛନ୍ତି ଯେ ହାତରେ ଚାଲିବା ପାଇଁ ସାହାରା ହେଉଥିବା ବାଡିକୁ ଉଠାଇ ମାରୁଥିବାର ନଜର ଆସିଛନ୍ତି ।

ବୃଦ୍ଧା ମହିଳାଙ୍କ ଏହି ପ୍ରତିକ୍ରିୟାରେ ୟୁଜର୍ସମାନେ ଶାନଦାର ପ୍ରତିକ୍ରିୟା ଦେଖାଇଛନ୍ତି । ସେହି ବୟସ୍କା ଜଣକ ଖଳନାୟକ ଉପରେ ଏତେ ରାଗି ଯାଇଛନ୍ତି ଯେ ଜୋର ଜୋର ଚିତ୍କାର କରିବାକୁ ଲାଗିଛନ୍ତି । ଏହି ଭିଡିଓକୁ ୧ଲକ୍ଷରୁ ଅଧିକ ଥର ଲୋକମାନେ ଦେଖିସାରିଲେଣି ଏବଂ ଏହି ଭିଡିଓକୁ ୨ହଜାର ଶେୟାର ମଧ୍ୟ କରିସାରିଲେଣି । ସୂତ୍ରରୁ ପ୍ରକାଶ ଯେ ତାଙ୍କର ଏହି ଭିଡିଓକୁ ତାଙ୍କର ପରିବାର ବର୍ଗ ମଧ୍ୟରୁ କେହି ଜଣେ ରେକର୍ଡ କରି ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି ଯାହାପରେ ଭାଇରାଲ ହୋଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More