Only for Entertainment

ଓଲିଉଡରେ ପ୍ରସ୍ତୁତ ହେବ ଆକ୍ସନ ଫିଲ୍ମ ଚକ୍ରବ୍ୟୁହ , ପୋଷ୍ଟର୍ ହେଲା ରିିଲିଜ୍ !

56

ବ୍ୟାକ୍ ଟୁ ବ୍ୟାକ୍ ଫିଲ୍ମ ଭେଟି ଦେଇ ଓଲିଉଡ୍ ଇଣ୍ଡଷ୍ଟ୍ରୀରେ ଛାଇ ଯାଇଛନ୍ତି ଅଭିନେତା ଜ୍ୟୋତି ରଂଜନ ନାୟକ । ନୂଆ – ପୁରୁଣା ନାୟିକାଙ୍କ ସହ ଅଭିନୟ କରି ଏହି ନାୟକ ଏବେ ହୋଇଛନ୍ତି ପପୁଲାର୍ । ଆଉ ତାଙ୍କୁ ନେଇ ଏବେ ପ୍ରସ୍ତୁତ ହେବାକୁ ଯାଉଛି ଆଉ ଏକ ଆକ୍ସନ୍ ଚଳଚ୍ଚିତ୍ର । ଯାହାର ଟାଇଟେଲ୍ ହେଉଛି ‘ଚକ୍ରବ୍ୟୁହ’ ।

 

View this post on Instagram

 

Chakravyuh … A new odia movie starring Jyoti bhai @iam__jrn & Deepika Tripathi. .. January 2020 release. …

A post shared by ODIA FILM CRITICS (@odiafilmcritics) on

ନୂଆ ଚରିତ୍ର ଆଉ କାହାଣୀ ସହ ଓଲିଉଡରେ ପ୍ରସ୍ତୁତ ହେବାକୁ ଯାଉଛି ଚଳଚ୍ଚିତ୍ର ଚକ୍ରବ୍ୟୁହ । ଏହି ଅପକମିଂ ସିନେମାର ଶୁଭ ମହୁରତ ନିକଟରେ ଅନୁଷ୍ଠିତ ହୋଇଯାଇଛି । ଏହା ସହିତ ଫିଲ୍ମର ପ୍ରଥମ ମୋସନ୍ ପୋଷ୍ଟରକୁ ବି ରିଲିଜ୍ କରାଯାଇଛି । ଫିଲ୍ମର ପୋଷ୍ଟର୍ ଗୁଡିକୁ ବି ରିଲିଜ୍ କରାଯାଇଛି ଏହି ଅବସରରେ । ଏହି ଅପ କମିଂ ନେମାରେ ନାୟକ ଭାବେ ନଜର ଆସିବେ ଅଭିନେତା ଜ୍ୟୋତି । ଆଉ ତାଙ୍କ ବିପକ୍ଷରେ ଏଥିରେ ନାୟିକା ସାଜିବେ ଅଭିନେତ୍ରୀ ଦିପିକା ।

 

View this post on Instagram

 

ଚକ୍ରବ୍ୟୁହ .. Superb posters.. interesting ? A Fim by Amresh pati.. Starring – Jyothi & Deepika @iam__jrn

A post shared by ODIA FILM CRITICS (@odiafilmcritics) on

 

View this post on Instagram

 

ଚକ୍ରବ୍ୟୁହ Starring – @iam__jrn & Deepika tripathy

A post shared by ODIA FILM CRITICS (@odiafilmcritics) on


ଆର୍ ଏଂଟରଟେନମେଂଟ୍ ଦ୍ୱାରା ପ୍ରସ୍ତୁତ ହେବାକୁଥିବା ଏହି ସିନେମାର ପ୍ରଯୋଜନା ଦାୟିତ୍ୱ ତୁଲାଇବେ ରମେଶ ବାରିକ୍ । ସିନେମାର କାହା, ଚିତ୍ରନାଟ୍ୟ ସହ ନିର୍ଦ୍ଦେଶନା ଦେବେ ଅମରେଶ ପତି । ଫିଲ୍ମରେ ସଙ୍ଗୀତ ଭାର ତୁଲାଇବେ ଅଭିଜୀତ ମଜୁମଦାର୍ । ସିନେମାର ଘୋଷଣା ହୋଇଥିବାବେଳେ ଖୁବଶୀଘ୍ର ଏହାର ସୁଟିଂ ଆରମ୍ଭ ହେବ । ଆସନ୍ତା ବର୍ଷ ଜାନୁୟାରୀ ମାସରେ ସିନେମାଟି ପରଦାକୁ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More