Only for Entertainment

ଆଉ କିଛି ଦିନ ମଧ୍ୟରେ ଚଲାବୁଲା କରିବେ ଏହି ଓଲିଉଡ ଅଭିନେତା,ସୋସିଆଲ ମିଡିଆରେ ସେୟାର କଲେ ଫଟୋ

facebook
0 100

ଗତ କିଛି ଦିନ ପୂର୍ବେ ଫିଲ୍ମ ସୁଟିଂ ସମୟରେ ପଡିଯାଇ ଆହତ ହୋଇଥିଲେ ଓଲିଉଡ ଅଭିନେତା ଅନୁଭବ ମହାନ୍ତି । ତରଙ୍ଗ ସିନେ ପ୍ରଡକ୍ସନର ଆଗାମୀ ଫିଲ୍ମ ‘ପ୍ରେମକୁମାର’ ସୁଟିଂ ସେଟରେ ଘଟିଥିଲା ଏହି ଅଘଟଣ । ସୋସିଆଲ ମିଡିଆରେ ଏହି ବିଷୟକୁ ନେଇ କିଛି ଫଟୋ ସେୟାର କରିଥିଲେ । ମାତ୍ର ଏବେ ସେ ଭଲ ହୋଇ ହସ୍ପିଟାଲରୁ ଘରକୁ ଫେରିଥିଲେ ।

ମାତ୍ର ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ନୁହନ୍ତି । ତାଙ୍କର ଫିଜିଓଥେରାପି ଚିକିତ୍ସା ଆରମ୍ଭ ହେବା ସମ୍ପର୍କରେ ସେ ନେଇ ସୋସିଆଲ ମିଡିଆରେ ଅନୁଭବ କିଛି ପୋଷ୍ଟ ସେୟାର କରିଛନ୍ତି ।

 ଫଟୋ ପୋଷ୍ଟ କରି ଅନୁଭବ ତାଙ୍କର ଭାବନାକୁ ସମସ୍ତଙ୍କ ପାଖରେ ପ୍ରକାଶ କରିଛନ୍ତି । ଓଡିଶା ଏବଂ ଦେଶ ବିଦେଶର ଡାକ୍ତରମାନେ ତାଙ୍କୁ ସୁସ୍ଥ କରିବା ପାଇଁ ଅନେକ ଚେଷ୍ଟା ଚଳାଇଛନ୍ତି ଏବଂ ଏହା ସହ ସେ ତାଙ୍କର ଚିକିତ୍ସା କରୁଥିବା ଡାକ୍ତରଙ୍କ ସମ୍ପର୍କରେ କହିଛନ୍ତି ଯେ, ସେହି ଡାକ୍ତରମାନେ କୌଣସି ଭଗବାନ ଠାରୁ କମ୍ ନୁହନ୍ତି । ଏହି ସମସ୍ତ ତଥ୍ୟ ଅଭିନେତା ଅନୁଭବ ସୋସିଆଲ ମିଡିଆରେ ପୋଷ୍ଟ କରି ଜଣାଇଛନ୍ତି ।

ଚିକିତ୍ସା ପାଇଁ ପ୍ରଥମେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି  କରାଯାଇଥିଲା। ଏବେ ସେ ଦିଲ୍ଲୀର ‘ସ୍ପୋର୍ଟସ ଇଞ୍ଜୁରି ସେଣ୍ଟର’ରେ ଚିକିତ୍ସିତ ହେଉଛନ୍ତି। ସେ ସୋସିଆଲ ମିଡିଆରେ ଏନେଇ କିଛି ଫଟୋ ସେୟାର କରିଛନ୍ତି।

ଅନୁଭବଙ୍କ ସହ ତାଙ୍କ ଧର୍ମପତ୍ନୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ସେଠାରେ ଅଛନ୍ତି। ଆଉ କିଛି ଦିନ ମଧ୍ୟରେ ସେ ପୂର୍ବ ଭଳି ଚଲାବୁଲା କରିପାରିବେ ବୋଲି କହିଛନ୍ତି ।

ସୂଚନା ମୁତାବକ କିଛିଦିନ ତଳେ କଟକର ମହାନଦୀ ବିହାରରେ ଫିଲ୍ମ “ପ୍ରେମ କୁମାର”ର ଏକ ଫାଇଟିଂ ସିନ୍‌ର ସୁଟିଂ ଚାଲିଥିଲା।

ଫାଇଟ୍‌ ମାଷ୍ଟର ଥିଲେ ରସିଦ୍‌ ମେହେତା। ଅନୁଭବଙ୍କୁ ୧୦ଫୁଟ ଉଚ୍ଚ ଏକ ଶିଡ଼ିଘର ଉପରୁ ଛାତ ଉପରକୁ ଡେଇଁବାର ଥିଲା।ଛାତ ଉପରେ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ହେଲେ ଡେଇଁବା ବେଳେ କୌଣସି କାରଣରୁ ଅନୁଭବଙ୍କ ଗୋଡ଼ ସାମାନ୍ୟ ମୋଡି ହୋଇ ଯାଇଥିଲା।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More