Only for Entertainment

ଓଲିଉଡ୍ ପରଦାରେ ଧମାଲ୍ କରୁଛି ସସପେନ୍ସ ଥ୍ରୀଲର୍ ଫିଲ୍ମ ବ୍ଲାକମେଲ୍ ।

odishalive
0 37

ସସପେନ୍ସ କାହାଣୀ, ରୋମାନ୍ସ, ଡ୍ରାମା ଆଉ ଭରପୁର ଆକ୍ସନ୍ ଦେଖିବାକୁ ମିଳିଛି ଏହି ସିନେମାରେ । ଫିଲ୍ମରେ ନାୟକ ଭାବେ ନଜର ଆସିଛନ୍ତି ଅଭିନେତା ଅର୍ଦ୍ଧେନ୍ଦୁ । ଆଉ ତାଙ୍କ ବିପକ୍ଷରେ ନାୟିକା ଭାବେ ଅଭିନେତ୍ରୀ ତମନ୍ନା ଓ ନବାଗତା ନାୟିକା ଆହାନାଙ୍କୁ ଦେଖିବାକୁ ମିଳିଛି । ଫିଲ୍ମରେ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କୁ ମଧ୍ୟ ଅନ୍ୟ ଏକ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିଛି । ନିକଟରେ ରାଜଧାନୀ ଭୁବନେଶ୍ୱରରେ ଏହି ସିନେମାର ପ୍ରିମିୟର୍ ଶୋ ଅନୁଷ୍ଠିତ ହୋଇ ଯାଇଥିଲା । ଏହି ଅବସରରେ ଫିଲ୍ମର ମେକରଙ୍କ ସହ ନାୟକ – ନାୟିକାଙ୍କୁ ଦେଖିବାକୁ ମିଳିଥିଲା ।

source: tarang music

ଏଠାରେ ଆମେ କହି ରଖୁଛୁ ଯେ ମା ସିଂଘାସିନି ଫିଲ୍ମସ୍ ବ୍ୟାନରରେ ପ୍ରସ୍ତୁତ ହୋଇଥିବା ଏହି ଆକ୍ସନ୍ ରୋମାଂଟିକ୍ ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି କୋରିଓଗ୍ରାଫର୍ ଅମିତ୍ ନାୟକ । ସିନେମାରେ ନାୟକ ହେବା ସହ ଫିଲ୍ମର ପ୍ରଯୋଜନା ମଧ୍ୟ କରିଛନ୍ତି ଅଭିନେତା ଅର୍ଦ୍ଧେନ୍ଦୁ । ଆକର୍ଷଣୀୟ କାହାଣୀ ସହ ମନଲୋଭା ଗୀତ ଶୁଣିବାକୁ ମିଳିଛି ଏହି ଫିଲ୍ମରେ । ଏହି ସିନେମାର ସଙ୍ଗୀତର ଭାର ତୁଲାଇଛନ୍ତି ପ୍ରେମ ଆନନ୍ଦ । ଓଡିଶାର ପାଖାପାଖି ୪୦ଟି ପ୍ରେଖ୍ୟାଳୟରେ ମୁକ୍ତିଲାଭ କରିଛି ବ୍ଲାକମେଲ୍ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More