Only for Entertainment

ଦୀର୍ଘଦିନ ବ୍ୟବଧାନ ପରେ ନୂଆ ନାୟିକାଙ୍କ ସହିତ ଏହି ଫିଲ୍ମରେ ନଜର ଆସିବେ ଓଲିଉଡ ଅଭିନେତା କରଣ ।

you tube
34

ଓଲିଉଡ ତଥା ‘ମୁଁ ଗାନ୍ଧୀ ନୁହେଁ’ ଓ ‘ଟିକେ ଅନାଡି ପୂରା ଖିଲାଡ଼ି’ ଫେମ ଅଭିନେତା କରଣ ଏବେ ଦୀର୍ଘଦିନ ବ୍ୟବଧାନରେ ପୁଣି ଏକ ଓନିଆ ସିନେମାରେ କାମ କରୁଛନ୍ତି । ଏହି ସିନେମାରେ ଶୀର୍ଷକ ହେଲା ‘ସୁପର ଖିଲାଡ଼ି’ । ଏହି ସିନେମାରେ ପୁଣି ଜଣେ ନୂଆ ନାୟିକାଙ୍କ ସହ କରଣଙ୍କୁ ଦେଖିବାକୁ ମିଳିବ । ‘ସୁପର ଖିଲାଡ଼ି’ରେ କରଣଙ୍କ ବିପକ୍ଷରେ ନଜର ଆସିବେ ମୁମ୍ବାଇ ସୁନ୍ଦରୀ ତାନ୍ୟା ଦେଶାଇ । ଏହା ଆକ୍ସନ ଫିଲ୍ମ ବୋଲି କୁହାଯାଉଛି । ନିକଟରେ ଏହି ଫିଲ୍ମର ଶୁଭ ମୁହରତ ଅନୁଷ୍ଠିତ ହୋଇଥିଲା । ଫିଲ୍ମ ରଥଯାତ୍ରାରେ ରିଲିଜ ହେବ ।

super khiladi

ତାନ୍ୟାଙ୍କର ଏହା ପ୍ରଥମ ଓଡ଼ିଆ ସିନେମା ହୋଇଥିବା ବେଳେ ଦର୍ଶକ କରଣ-ତାନ୍ୟାଙ୍କ ଜୋଡ଼ିକୁ କିଭଳି ପସନ୍ଦ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା । ‘ସୁପର ଖିଲାଡ଼ି’ର ପ୍ରଯୋଜନା ଦେଇଛନ୍ତି ରବିନ ନନ୍ଦ । ସେ ଆଗରୁ ସ୍ମାଇଲ ପ୍ଳିଜ, ମୋ’ ଦିଲ କହେ ଇଲୁଇଲୁ ଓ ଟିକେ ଅନାଡ଼ି ପୂରା ଖିଲଶଡ଼ି ଭଳି ସିନେମାର ନିର୍ମାଣ କରିଥିଲେ । ଏହାର ନିର୍ଦ୍ଦେଶନା ଦେଉଛନ୍ତି ଦକ୍ଷିଣ ଭାରତୀୟ ନିର୍ଦ୍ଦେଶକ ନାରାୟଣ ରେଡି । ଏହାର ସଂଳାପ ଲେଖିଛନ୍ତି ପ୍ରମୋଦ ପରିଜା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More