Only for Entertainment

ୟୁଟ୍ୟୁବରେ ରିଲିଜ ହେଲା ମନଛୁଆଁ ହିନ୍ଦୀ ଗୀତ ‘ହମସଫର’, ଦେଖିବାକୁ ମିଳିଲା ସୌମ୍ୟା ଏବଂ ମହାପ୍ରସାଦଙ୍କ ରୋମାଂଟିକ ଅନ୍ଦାଜ !

57

ୟୁଟୁବରେ ରିଲିଜ୍ ହୋଇଛି ଏକ ମନଛୁଆଁ ହିନ୍ଦୀ ରୋମାଂଟିକ୍ ଗୀତ ‘ହମସଫର୍’ । ଓଡିଶାର ଲୋକପ୍ରିୟ ମ୍ୟୁଜିକ୍ ଡିରେକ୍ଟର୍ ସୁସିଲ୍ ଦଳେଇ ଏଥର ଓଡିଆ ଗୀତ ବଦଳରେ ପ୍ରସ୍ତୁତ କରିଛନ୍ତି ଏକ ମନଛୁଆଁ ହିନ୍ଦୀ ଗୀତ । ଯାହା ଜି ମ୍ୟୁଜିକର ଅଫିସିଆଲ୍ ୟୁଟୁବ୍ ଚ୍ୟାନେଲରେ ମୁକ୍ତିଲାଭ କରିଛି । ଗୀତରେ ନାୟକ – ନାୟିକା ଭାବେ ସୌମ୍ୟା ଓ ମହାପ୍ରସାଦଙ୍କୁ ଦେଖିବାକୁ ମିଳିଛି । କିଭଳି ଏକ ଝିଅକୁ ପୁଅଟିଏ ଭଲପାଏ ମାତ୍ର ନିଜ ମନକଥା କହି ପାରେନି, ତାହା ଦେଖିବାକୁ ମିିଳିଛି ଏହି ଗୀତରେ । ନିକଟରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଏହି ଗୀତକୁ ରିଲିଜ୍ କରିଛନ୍ତି ମେକର୍ । ଯେଉଁଠି ମେକର୍ଙ୍କ ସହ ଷ୍ଟାରଙ୍କୁ ଦେଖିବାକୁ ମିଳିଥିଲା ।

ଏହି ମନଛୁଆଁ ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ସୁସୀଲ୍ ଦଳେଇ । ଏହା ସହ ଏହି ଗୀତକୁ ଗାଇଛନ୍ତି ନିଜେ ସୁସିଲ୍ ଦଳେଇ । ଗୀତର ଲିରିକ୍ସ ଦେଇଛନ୍ତି ଧର୍ମେନ୍ଦ୍ର ଏହସାସ୍ । ଜୁମ୍ ମହାପାତ୍ରଙ୍କ ପ୍ରଯୋଜନାରେ ପ୍ରସ୍ତୁତ ହୋଇଥିବା ଏହି ଗୀତର ସ୍କ୍ରିନପ୍ଲେ ସହ ନିର୍ଦ୍ଦେଶନା ଦେଇଛନ୍ତି ଦେବାଶିଷ ମହାରଣା ।


ଜି ମ୍ୟୁଜିକରେ ଏହି ଗୀତଟି ରିଲିଜ୍ ହେବା ପରେ ସ୍ରୋତା ଏହାକୁ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି । ଗୀତଟିକୁ ପାଖାପାଖି ୫ ଲକ୍ଷ ଦର୍ଶକ ଦେଖିସାରିଲେଣି । ଆଗକୁ ଏହାର ଲୋକପ୍ରିୟତା ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More