Only for Entertainment

ଚିଟଫଣ୍ଡ ଲିଙ୍କ ମାମଲାରେ ଇଡି ଅଫିସରେ ହାଜର ହେଲେ ଅଭିନେତା ଶ୍ରୀତମ୍‌ ଦାସ

updateodisha.com
0 37

ଓଲିଉଡର ଲୋକପ୍ରିୟ ଅଭିନେତା ଓ ନିର୍ଦେଶକ ଶ୍ରୀତମ୍‌ ଦାସ ଆଜି ଭୁବନେଶ୍ୱରରେ ଥିବା ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଅଫିସରେ ହାଜର ହୋଇଥିବା ଜଣାଯାଇଛି। ତାଙ୍କ ଅଭିନୀତ ଓ ନିର୍ଦେଶିତ ଛବି ‘ତୁ ଥା ମୁଁ ଯାଉଛି ରୁଷି’ରେ ଚିଟଫଣ୍ଡ ଟଙ୍କା ଲାଗିଥିବା ସଂକ୍ରାନ୍ତରେ ଶ୍ରୀତମ୍‌ ଦାସଙ୍କୁ ପଚରାଉଚରା ଲାଗି ଇଡି ସମନ କରିଥିଲା। ଷ୍ଟାର କନସଲଟାନସି ବ୍ୟାନରରେ ନିର୍ମିତ ଏହି ଚଳଚ୍ଚିତ୍ରର ପ୍ରଯୋଜନା କରିଥିଲେ ତ୍ରିବେଣୀ ମହାନ୍ତି।

‘ତୁ ଥା ମୁଁ ଯାଉଛି ରୁଷି’ ନିର୍ଦ୍ଦେଶନା ଦେବା ସହ ଏହି ସିନେମାରେ ନିଜେ ଶ୍ରୀତମ୍‌ ବି ଅଭିନୟ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅରିନ୍ଦମ୍‌,କୋଏଲ୍‌,ମିହିର ଦାସ ,ଉଷସୀ ମିଶ୍ର ଏବଂ ପ୍ରଦ୍ୟୁମ୍ନ ଲେଙ୍କା ପ୍ରମୁଖ ଅଭିନୟ କରିଥିଲେ।

‘ତୁ ଥା ମୁଁ ଯାଉଛି ରୁଷି’ର ପ୍ରଯୋଜନା କରିଥିଲେ ତ୍ରିବେଣୀ ମହାନ୍ତି। ସେ ନିଜର ଷ୍ଟାର କନସଲଟାନସି ସଂସ୍ଥାର ଅର୍ଥରେ ଏହି ସିନେମା ନିର୍ମାଣ କରିଥିଲେ। ଏଥିରେ ଚିଟଫଣ୍ଡ ଟଙ୍କା ଲାଗିଥିବାର ଅଭିଯୋଗ ହୋଇଥିଲା। ଏଥିପାଇଁ ଶ୍ରୀତମ୍‌ ଦାସଙ୍କୁ ଆଜି ଭୁବନେଶ୍ୱରରେ ଥିବା ଇଡି ଅଫିସରେ ହାଜର ହେବାପାଇଁ ନୋଟିସ୍‌ ଜାରି କରାଯାଇଥିଲା। ଏହାପରେ ସେ ଆଜି ଇଡିର ଜେରାର ସମ୍ମୁଖୀନ ହେବେ ବୋଲି ଜଣାଯାଇଛି।ଏଠାରେ ସୂଚନାଯୋଗ୍ୟ ଯେ ଆଗରୁ ପ୍ରଯୋଜକ ପ୍ରଭାସ ଚନ୍ଦ୍ର ରାଉତଙ୍କୁ ମଧ୍ୟ ଚିଟଫଣ୍ଡ ମାମଲାରେ ଗିରଫ କରାଯାଇଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More