Only for Entertainment

ରିଲିଜ ଅପେକ୍ଷାରେ ଓଲିଉଡ ଅଭିନେତ୍ରୀ ଅନନ୍ୟାଙ୍କ ଦ୍ୱିତୀୟ ଫିଲ୍ମ ।

EnewsOdia
46

ଆଇଟମ ଗର୍ଲ ବନି ଚର୍ଚ୍ଚିତା ହୋଇଥିବା ଏହି ନାୟିକା ଏବେ ‘ପ୍ରେମ ବନ୍ଧନ’ରେ ନାୟିକା ଭାବେ ରମେଶ ରାଉତଙ୍କ ନିର୍ଦ୍ଦେଶିତ ତଥା ଯୁଗାଂଶୁ ଶେଖର ପଣ୍ଡାଙ୍କ ପ୍ରଯୋଜିତ ଫିଲ୍ମ ‘ଗଡ଼ଫାଦର’ ହେଉଛି ଅନନ୍ୟା ମିଶ୍ରଙ୍କର ପ୍ରଥମ ଓଡ଼ିଆ ସିନେମା । ଏଥିରେ ଅନନ୍ୟାଙ୍କ ଅପୋଜିଟରେ ନଜର ଆସିଥିଲେ ନବାଗତ ସତଶ୍ରୀ । ଏବେ ଅନନ୍ୟାଙ୍କ ନାୟିକା ଭାବେ ଦ୍ୱିତୀୟ ସିନେମା ରିଲିଜ ଅପେକ୍ଷାରେ ରହିଛି । ଏହି ସିନେମାର ଟାଇଟଲ ହେଲା ‘କଟିପତଙ୍ଗ’ ।

ଏଥିରେ ଅନନ୍ୟାଙ୍କ ବିପକ୍ଷରେ ନାୟକ ଭୂମିକାରେ ଅଛନ୍ତି ଚକଲେଟ ହିରୋ ଅଭିଷେକ । କୁମାର ସରୋଜ ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି । ଏହା ପୂର୍ବରୁ କୁମାର ସରୋଜ ‘ରକଷ୍ଟାର’ ଓ ‘ଟିକେ ଖରା ଟିକେ ଛାଇ’ ଭଳି ସିନେମା ନିର୍ମାଣ କରିଛନ୍ତି । ଦେବେନ୍ଦ୍ର ନାଥ ସାହୁ ଏହି ସିନେମାର ପ୍ରଯୋଜକ । ତାଛଡା ସେ ଅନ୍ୟ ଏକ ସିନେମା ‘ତୁମୋ ଡ୍ରିମଗାର୍ଲ’ରେ ବି ନାୟିକାଭାବେ ଆସୁଛନ୍ତି । ଏଥିରେ ନବାଗତ ଶୁଭମ ଗିରି ଅଛନ୍ତି ନାୟକ ଭୂମିକାରେ । ପି ପ୍ରଭାକର ଏହାର ନିର୍ଦ୍ଦେଶକ ।

ଅନନ୍ୟା ହିରୋଇନ ଭାବେ ଓଡ଼ିଆ ଫିଲ୍ମରେ ଯେତିକି ଚର୍ଚ୍ଚାକୁ ଆସି ନଥିଲେ, ତା’ଠାରୁ ଅଧିକ ଲୋକପ୍ରିୟତା ଅଣିଦେଇଛି ଏହି ନାୟିକାଙ୍କୁ ସେହି ଆଇଟମ ଗୀତ । ଏଠାରେ ଯେଉଁ ଆଇଟମ ନମ୍ବର କଥା କୁହାଯାଉଛି, ତାହା ହେଲା ଅମ୍ଳାନ- ଅନୁଭା ଷ୍ଟାରର ମୁଭି ’ବଜରଙ୍ଗୀ’ର ଏ ଫର ଆପୁଲ ଆପୁଲ ବି ଫର ବାନାନା… । ଆଉ ଏହି ଗୀତରେ ଆଇଟମ ଗର୍ଲ ରୂପେ ପରଦାକୁ ଆସିଥିଲେ ଅନନ୍ୟା ।

ଅନନ୍ୟାଙ୍କ ଏହା ପ୍ରଥମ ଆଇଟମ ନମ୍ବର ହୋଇପାରେ, ମାତ୍ର ବଡ ପରଦାରେ ସେ ନାୟିକା ଭୂମିକାରେ ତା’ ପୂର୍ବରୁ ଆସିଥିଲେ ବି ଅନନ୍ୟା ନାୟିକା ଭାବେ ଏଯାବତ ସଫଳତା ହାସଲ କରିନାହାନ୍ତି । ଦେଖାଯାଉ ଏସବୁ ନୂଆ ସିନେମା ତାଙ୍କୁ ସଫଳତା ଆଣି ଦେଉଛି କି ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More