Only for Entertainment

ଖୁବଶୀଘ୍ର ଡବଲ ରୋଲରେ ନଜର ଆସିବେ ଓଲିଉଡ ନାୟିକା ଅନୁଭା !

facebook
50

ନୂଆ ଓଡିଆ ଫିଲ୍ମ ‘କୁହ ମୁଁ ତୁମରି ପାଇଁ’ରେ ନାୟିକା ଅନୁଭା ସୌର୍ଯ୍ୟାଙ୍କୁ ଡବଲ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ । ରହସ୍ୟମୟ କାହାଣୀକୁ ନେଇ ପ୍ରସ୍ତୁତ ଏହି ଚିତ୍ରରେ ତାଙ୍କର ନାୟକ ସାଜିଛନ୍ତି ଅମ୍ଳାନ । ଅଭିନେତା ଚିତ୍ତରଂଜନ ତ୍ରିପାଠୀ ନିଦ୍ଦେଶନାରେ ପ୍ରସ୍ତୁତ ଏ ଚିତ୍ରର ସୁଟିଂ ଓଡିଶା ସମେତ ମୁମ୍ବାଇର ବିଭିନ୍ନ ସ୍ଥାନରେ ହୋଇଛି । ଏଥିରେ ମିଳିଥିବା ଚରିତ୍ର ବେଶ୍ ଚାଲେଂଜିଂ ବୋଲି ଅନୁଭା କହିଛନ୍ତି ।

ଏହି ଚିତ୍ର ସହ ତାଙ୍କ ଅଭିନୀତ ‘ମୁଁ ପରଦେଶୀ ଚଢେଇ’ମଧ୍ୟ ମୁକ୍ତି ଅପେକ୍ଷାରେ ରହିଛି । ଯେଉଁଥିରେ ନିର୍ଦ୍ଦେଶନା ଦେଇଛନ୍ତି ମୂରଲୀ କ୍ରିଷ୍ଣା । ଏଥିରେ ଅନୁଭାଙ୍କ ନାୟକ ସାଜିଛନ୍ତି ଅର୍ଦ୍ଧେନ୍ଦୁ । ଦୁଇଟି ଯାକ ଫିଲ୍ମର ଭୂମିକା ତାଙ୍କ ପସନ୍ଦ ଆସିଥିବା ନିଜେ କହିଛନ୍ତି ଅନୁଭା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More