Only for Entertainment

ବଲିଉଡ ପରେ ଏବେ ଓଲିଉଡ ମୁହାଁ ହେଲା #MeToo ଅଭିଯାନ, ପ୍ରଡ୍ୟୁସରଙ୍କ ନାଁରେ ଏହି ଅଭିନେତ୍ରୀ ଆଣିଲେ ଅଭିଯୋଗ ଦେଖନ୍ତୁ ଭିଡିଓ !

104

ବଲିଉଡ୍ ପରେ ଏବେ ଓଲିଉଡରେ #MeToo । ଅଭିଯୋଗ ଆଣିଛନ୍ତି ଓଲିଉଡର ଟେଲି ଅଭିନେତ୍ରୀ ଏଲି ପାଢୀ । ଅନେକ ପ୍ରଯୋଜକ ଫିଲ୍ମର ଅଫର ଦେଇ ହିରୋଇନ୍ କରିବା ଅପେକ୍ଷା ନିଜ ଜୀବନର ହିରୋଇନ୍ କରିବା ପାଇଁ ଚେଷ୍ଟା କରିଥାନ୍ତି । ଏଭଳି ଘଟଣା ଓଲିଉଡରେ ଅନେକ ଥର ଘଟିଥାଏ , କିନ୍ତୁ ତାହା ସାମନାକୁ ଆସେନି । ଏପରିକି ପୂର୍ବରୁ ଆସିଥିବା କାଷ୍ଟିଂ କାଉଚ୍ ଅଭିଯୋଗରେ ମଧ୍ୟ ଅନେକ ଲୋକ ଧରାପଡିଥିଲେ । ଅନେକ ଅଭିନେତ୍ରୀ କାମ ହରାଇବା ଭୟରେ କ୍ୟାମେରା ସାମନାରେ ଅଭିଯୋଗ ଆଣନ୍ତିନି ବୋଲି ଏଲି ପାଢୀ କହିଛନ୍ତି ।

ତାଙ୍କର ପ୍ରଥମ ଫିଲ୍ମ ଏ ମିଳନ ଯୁଗ ଯୁଗର ସଫଳତା ପରେ ଦ୍ୱିତୀୟ ଫିଲ୍ମର ଅଫର ଯେତେବେଳେ ଆସିଲା ପ୍ରଯୋଜକ ପ୍ରୋଜେକ୍ଟ ବିଷୟରେ ଆଲୋଚନା କରିବା ଆଢୁଆଳରେ ବାରମ୍ବାର ତାଙ୍କୁ ଫୋନ୍ କରି ମାନସିକ ନିର୍ଯାତନା ଦେଉଥିବା ସେ କହିଛନ୍ତି । ଏପରିକି ତାଙ୍କ ସହ ୨ ଥର ଏଭଳି ଘଟଣା ଘଟିଥିବା ସେ କହିଛନ୍ତି ।

ବର୍ତମାନ ସେହି ପ୍ରଯୋଜକ ମାନେ ଓଲିଉଡରେ ସକ୍ରିୟ ନଥିବା ବେଳେ ସେଥିପାଇଁ ତାଙ୍କ ନା ନେବାକୁ ସେ ଚାହୁଁନଥିବା କହିଛନ୍ତି । କାମ ନମିଳିବା ଭୟରେ ଓଡିଆ ଝିଅ ମୁହଁ ଖୋଲି କହିବାକୁ ଡରନ୍ତି ବୋଲି ଏଲି ପାଢୀ କହିଛନ୍ତି । ବର୍ତମାନ ସମୟରେ ଯେଉଁ ନୂଆ ପୀଢିର କଳାକାର ଫିଲ୍ମ ଦୁନିଆକୁ ଆସୁଛନ୍ତି, ସେମାନେ ଖୁବ୍ କମ୍ ସମୟରେ ସଫଳତା ହାସଲ କରିବାକୁ ଲକ୍ଷ୍ୟ ରଖୁଛନ୍ତି । ସେଥିପାଇଁ ଏଭଳି ନିର୍ଯାତନାର ଶିକାର ହେଉଥିବା ଓଲିଉଡର ଟେଲି ଅଭିନେତ୍ରୀ ଏଲି ପାଢୀ କହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More