Only for Entertainment

ଖୁବଶୀଘ୍ର ରଙ୍ଗିଲା ଅନ୍ଦାଜରେ ନଜର ଆସିବେ ଓଲିଉଡ ନାୟିକା ଲିପ୍ସା ମିଶ୍ର !

65

ଓଲିଉଡ୍ ସୁନ୍ଦରୀ ଲିପ୍ସା ମିଶ୍ରଙ୍କ ରଙ୍ଗିଲା ଅନ୍ଦାଜ ଦେଖିବାକୁ ମିଳିବ ଆଗାମୀ ଓଡିଆ ଚଳଚ୍ଚିତ୍ରରେ । ଯାହାର ଟାଇଟେଲ୍ ରହିଛି ରଙ୍ଗିଲା ବୋହୁ । ଜି ସାର୍ଥକ ଦ୍ୱାରା ପ୍ରସ୍ତୁତ ହେଉଥିବା ଏହି ସିନେମାର ସୁଟିଂ ଏବେ ଜୋର୍ ସୋରରେ ଆଗେଇ ଚାଲିଛି । ଫିଲ୍ମରେ ଅଭିନେତ୍ରୀ ଲିପ୍ସା ମିଶ୍ରଙ୍କ ବିପକ୍ଷରେ ନାୟକ ଭାବେ ନଜର ଆସିଛନ୍ତି ଦେବାଶିଷ । ତେବେ ଏହି ଫିଲ୍ମର ଟ୍ରେଲର ଏବଂ ଗୀତ ଆଗରୁ ଆସିଥିଲା, ନିକଟରେ ଆଉ ଏକ ଗୀତ କସମସେ’ର ସୁଟିଂ ଭିଡିଓ ସାମ୍ନାକୁ ଆସିଛି । କେମିତି ଚାଲିଛି ଏହି ସିନେମାର ସୁଟିଂ ଚାଲନ୍ତୁ ଦେଖିବା ।

  ସୌଜନ୍ୟ: ଜି ସାର୍ଥକ

ଏଠାରେ ଆମେ କହି ରଖୁଛୁ ଯେ ଲିପ୍ସା ମିଶ୍ର ଟିଭି ପରଦାର ଓଡିଆ ସିରିଅଲରେ ନିଜର କ୍ୟାରିଅର ଆରମ୍ଭ କରିଥିଲେ । ଏହାପରେ ସେ ହିନ୍ଦୀ ଆଲବମରେ ମଧ୍ୟ ନିଜ ଯାଦୁ ଦେଖାଇ ସାରିଛନ୍ତି । ନିକଟରେ ତାଙ୍କ ପ୍ରଯୋଜିତ ଓଡିଆ ଆଲବମ ସାମ୍ନାକୁ ଆସିଥିଲା , ଯାହା ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିଲା । ସେ ଅଭିନୟ ସହ ପ୍ରଯୋଜନାରେ ମଧ୍ୟ ନିଜ ପାଦ ଆଗକୁ ବଢାଇଛନ୍ତି । ଏହି ଓଡିଆ ଫିଲ୍ମ ତାଙ୍କର ପ୍ରଥମ ନୁହେଁ , ଏହା ପୂର୍ବରୁ ମଧ୍ୟ ସେ କମେଡି କିଙ୍ଗ ପପୁ ପମପମଙ୍କ ସହ ଓଲିଉଡ ଚଳଚିତ୍ର ‘ ଟୋକାଟା ଫସିଗଲାରେ’ ଫିଲ୍ମରେ ନଜର ଆସିଥିଲେ । ଏଥିରେ ଥିବା ‘ଜାନୁ ଲୋ ଜାନୁ’ ଗୀତ ଖୁବ ହିଟ ହୋଇଥିଲା । ଏହାପରେ ସେ ରଙ୍ଗିଲା ବୋହୁରେ ଖୁବ ଶୀଘ୍ର ନଜର ଆସିବେ । ତେବେ ଏହି ଫିଲ୍ମର ଟାଇଟଲରୁ ଅନୁମାନ ହେଉଛିି ଯେ ଫିଲ୍ମ ପାରିବାରିକ ଏବଂ କମେଡି ର ଭରା ହୋଇଥାଏ ପାରେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More