Only for Entertainment

ସୁଟିଂ ସେଟରେ କେକ କାଟି ସମ୍ଭାବନା କଲେ ବର୍ଥଡେ ସେଲିବ୍ରେସନ୍

instagram
0 74

ସୁଟିଂ ସେଟରେ ନିଜ ଜନ୍ମଦିନ ପାଳିଲେ ଓଡିଆ ସୁନ୍ଦରୀ ସମ୍ଭାବନା ମହାନ୍ତି । ଆଗାମୀ ଫିଲ୍ମ ବିଶ୍ୱନାଥର ସୁଟିଂ ସେଟରେ ସମ୍ଭାବନାଙ୍କ ଜନ୍ମଦିନକୁ ବେଶ ଧୁମ ଧାମ୍ରେ ପାଳନ କରାଯାଇଛି । ସହ କଳାକାର ଏବଂ କ୍ରୁ ମେମ୍ବରଙ୍କ ଗହଣରେ କେକ କାଟି ନିଜ ଜନ୍ମଦିନକୁ ପାଳନ କରିଛନ୍ତି ସମ୍ଭାବନା ।
ନିଜ ଆଗାମୀ ଫିଲ୍ମ ବିଶ୍ୱନାଥର ସୁଟିଂ ସେଟ୍ରେ ବେଶ ଧୁମଧାମରେ ହୋଇଥିଲା ସମ୍ଭାବନାଙ୍କ ଜନ୍ମଦିନ ପାଳନ । ଆଉ ଏହାକୁ ନେଇ ଏକ ଭିଡିଓ ସେୟାର୍ କରିଥିଲେ ତାଙ୍କ କୋ-ଷ୍ଟାର୍ ସମ୍ବିତ୍ ଆଚାର୍ଯ୍ୟ ।

ସୁଟିଂ ସେଟରେ ମେମ୍ବର୍ ଏବଂ ସହ କଳାକାରଙ୍କ ଗହଣରେ କେକ୍ କାଟି ଜନ୍ମଦିନ ପାଳନ କରିଥିଲେ ଅଭିନେତ୍ରୀ ସମ୍ଭବନା । ତେବେ ସମ୍ଭାବନା ଏବେ ନିଜ ଅପକମିଂ ଫିଲ୍ମ ବିଶ୍ୱନାଥର ସୁଟିଂରେ ଅଛନ୍ତି ବ୍ୟସ୍ତ । ଫିଲ୍ମରେ ଏକ ସିମ୍ପଲ୍ ଝିଅ ଚରିତ୍ରରେ ନଜର ଆସିବେ ସମ୍ଭାବନା । ଏହି ଚଳଚ୍ଚିତ୍ରରେ ତାଙ୍କ ବିପକ୍ଷରେ ନାୟକ ଭାବେ ନଜର ଆସିବେ ଓଲିଉଡ୍ ହ୍ୟାଣ୍ଡସମ୍ ହଙ୍କ ସମ୍ବିତ ଆଚାର୍ଯ୍ୟ ।

ସମ୍ବିତ୍ ଓ ସମ୍ଭାବନାଙ୍କୁ ପୂର୍ବରୁ ଏକ ମ୍ୟୁଜିକ୍ ଭିଡିଓ ଆଲବମ୍ରେ ବି ଦେଖିବାକୁ ମିଳିଛି । ଏହି ଭିଡିଓରେ ଦୁହିଁଙ୍କ ଯୋଡିକୁ ସଭିଁଏ ବେଶ ପସନ୍ଦ କରିଥିଲେ । ଅଭିନେତ୍ରୀ ସିଗ୍ଧା ମହାନ୍ତିଙ୍କ ଏକମାତ୍ର ଝିଅ ସମ୍ଭାବନା ଓଡିଆ ଇଣ୍ଡଷ୍ଟ୍ରୀରେ ନିଜ ଅଭିନୟ ଯାତ୍ରା ଆରମ୍ଭ କରିଥିଲେ ଚଳଚ୍ଚିତ୍ର ମୁ ରାଜା ତୁ ରାଣୀ ଜରିଆରେ ।

ସିନେମାରେ ଅରିନ୍ଦମଙ୍କ ବିପକ୍ଷରେ ନାୟିକା ଭାବେ ନଜର ଆସିଥିଲେ ସମ୍ଭାବନା । ଆକ୍ଟିଂକୁ ନେଇ ବେଶ ସିରିଅସ୍ ଏହି ଓଲିଉଡ୍ ସୁନ୍ଦରୀ । ମନ ପସନ୍ଦର କାହାଣୀ ମିଳିଲେ ହିଁ ଅଭିନୟ କରିଥାନ୍ତି ସେ । ସେଥିପାଇଁ ଅନେକ ଦିନ ପରେ ପରଦାକୁ ଫେରିବାକୁ ଯାଉଛନ୍ତି ଏହି ସୁନ୍ଦରୀ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More