Only for Entertainment

ମୁକ୍ତିଲାଭ କଲା କମେଡି – ଡ୍ରାମା ଫିଲ୍ମ ‘ମାଲ୍ ମହୁ ଜୀବନ ମାଟି’ର ପ୍ରଥମ ଟ୍ରେଲର୍ !

57

ଆମର ମ୍ୟୁଜିକ୍ ଓଡିଆର ପ୍ରଥମ ଅବଦାନରେ ପ୍ରସ୍ତୁତ ହୋଇଛି କମେଡି – ଡ୍ରାମା ଫିଲ୍ମ ‘ମାଲ୍ ମହୁ ଜୀବନ ମାଟି’ । ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନେତା ସବ୍ୟସାଚୀ ମିଶ୍ର ଓ ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କୁ ଦେଖିବାକୁ ମିଳିବ । ସିନେମାଟି ଆସନ୍ତା କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପରଦାକୁ ଆସିବାକୁ ଥିବାବେଳେ, ଏବେ ରିଲିଜ୍ ହୋଇଛି ଫିଲ୍ମର ପ୍ରଥମ ଟ୍ରେଲର୍ ।

ଓଲିଉଡ୍ ପରଦାରେ ଖୁବଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି କମେଡି – ଡ୍ରାମା ଫିଲ୍ମ ‘ମାଲ୍ ମହୁ ଜୀବନ ମାଟି’ । ସିନେମାର ପ୍ରଥମ ଟ୍ରେଲର୍ ମୁକ୍ତିଲାଭ କରିଛି । ଫିଲ୍ମରେ ଅଭିନେତା ସବ୍ୟସାଚୀଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଲିବ । ଆଉ ଏଥର ଜଣେ ଖନା ଯୁବକ ମାଇକେଲ୍ ସାହୁ ଭାବେ ନଜର ଆସିବେ ସବ୍ୟ । ମାଇକେଲ୍ ନିଜ ବାପାଙ୍କ ବରା ଦୋକାନ୍ ଚଲାନ୍ତି । ଆଉ ନିଜ ଖନା ସ୍ୱଭାବ ପାଇଁ କୌଣସି ଝିଅକୁ ପଟାଇ ପାରେନି ମାଇକେଲ୍ । ସେପଟେ ବାପାଙ୍କ ବରା ବ୍ୟବସାୟ ଛାଡି ନିଜର ବ୍ୟାଣ୍ଡ ପାଟି ଖୋଲିବା ପାଇଁ ଚିନ୍ତା କରେ ମାଇକେଲ୍ । ଏହି ଭିତରେ ଓଡିଶାର ଲୋକପ୍ରିୟ ଅଭିନେତ୍ରୀ ଏଲିନାଙ୍କୁ ଭଲ ପାଇବସେ ମାଇକେଲ୍ । ମାତ୍ର ଏଲିନାଙ୍କ ଫଣ୍ଡା ଯିଏ ତାଙ୍କ ସବୁ ଡିମାଣ୍ଡ ପୂରଣ କରିପାରିବ ତାକୁ ହିଁ ବୟଫ୍ରେଣ୍ଡ କରିବେ ସେ । ଯାହାକୁ ନେଇ ପରେ ଦେଖିବାକୁ ମିଳେ ଅନେକ ଟ୍ୱିଷ୍ଟ ।

ଏମିତି କିଛି ଫନି – କମେଡି କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ଚଳଚ୍ଚିତ୍ର ‘ମାଲ୍ ମହୁ ଜୀବନ ମାଟି’ । ଫିଲ୍ମରେ ସବ୍ୟସାଚୀ ଓ ଏଲିନାଙ୍କ ବ୍ୟତୀତ ସ୍ୱର୍ଗତଃ ସଲୀଲ ମିତ୍ର, ପ୍ରଦ୍ୟୁମ୍ନ ଲେଙ୍କା, ବିଦୁସ୍ମିତା, କ୍ରିଷ୍ଣା କର, ଜୀବନ ପଣ୍ଡା, ବିଜୁ ବଡଜେନା, ସ୍ୱପ୍ନା ପତି, ଜୋଜୋ, ଅମର, କାହ୍ୁ, ବ୍ଲାକ୍ ରଭି, ଅସିମା ପଣ୍ଡା ଆଦି କଳାକାରଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ । ଫିଲ୍ମର କାହାଣୀ, ସଂଳାପ ଦେଇଛନ୍ତି ଡକ୍ଟର୍ ନିର୍ମଳ ନାୟକ । ନବୀନ ଭଣ୍ଡାରି ସିନେମାର ପ୍ରଯୋଜନା କରିଥିବାବେଳେ, ନିର୍ଦ୍ଦେଶନା ଦେଇଛନ୍ତି ରମେଶ ରାଉତ । ଆସନ୍ତା ୮ ନଭେମ୍ବରରେ ପରଦାକୁ ଆସିବ ‘ମାଲ୍ ମହୁ ଜୀବନ ମାଟି’ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More