Only for Entertainment

ଆସିଲା ବୈଶାଳୀର ଦ୍ୱିତୀୟ ଟ୍ରେଲର୍ , ମୁଖ୍ୟ ଭୂମିକାରେ ନଜର ଆସିଲେ ଅଭିଷେକ – ପ୍ରୀତ୍ ଓ ସୁମନପ୍ରିୟା

43

ରୋମାଂଟିକ୍ ଷ୍ଟୋରୀ ଲାଇନ୍, ନାୟିକାଙ୍କ ଡବଲ୍ ରୋଲ୍ ଆଉ ଜବରଦସ୍ତ ଫାଇଟ୍ ସିକ୍ୱେନ୍ସକୁ ନେଇ ଖୁବଶୀଘ୍ର ପରଦାକୁ ଆସିବାକୁ ଯାଉଛି ଚଳଚ୍ଚିତ୍ର ‘ବୈଶାଳୀ’ । ଏହି ସିନେମାର ଦ୍ୱିତୀୟ ଟ୍ରେଲର୍ ମୁକ୍ତିଲାଭ କରିଛି । ଫିଲ୍ମରେ ନାୟକ ଭାବେ ଡକ୍ଟର୍ ପ୍ରୀତ୍ ଓ ଅଭିଷେକ ରଥଙ୍କୁ ଦେଖିବାକୁ ମିଳିବ । ସେହିପରି ଏହି ସିନେମାରେ ନାୟିକା ଭାବେ ନବାଗତ ସୁନ୍ଦରୀ ସୁମନ ପ୍ରିୟା ଆସିବେ ନଜର । ତେବେ ଫିଲ୍ମରେ ରିହିଛି ସୁମନଙ୍କର ଡବଲ୍ ରୋଲ୍ । ସେପଟେ ଡକ୍ଟର୍ ପ୍ରୀତ୍ ମଧ୍ୟ ଏହି ସିନେମା ଜରିଆରେ ଓଲିଉଡ୍ କରିବାକୁ ଯାଉଛନ୍ତି ଏଂଟ୍ରି । ଅନ୍ୟପଟେ ଅଭିନେତା ଅଭିଷେକ ରଥଙ୍କ ଦମଦାର୍ ଆକ୍ସନ୍ ବି ଦେଖିବାକୁ ମିଳିବ ଏହି ସିନେମାରେ । ଫିଲ୍ମରେ ଅନ୍ୟ ପ୍ରମୁଖ ଭୂମିକାରେ ବିଜୟ ମହାନ୍ତି, ପୃଥ୍ୱୀରାଜ ଆଦି କଲାକାରଙ୍କୁ ଦେଖିବାକୁ ମିଳିବ । ଏକ ନିଆରା ରୋମାଂଟିକ୍ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ଚଳଚ୍ଚିତ୍ର ବୈଶାଳୀ ।

ବୈଶାଳୀ ପ୍ରଡକ୍ସନ୍ ବ୍ୟାନରର ପ୍ରଥମ ଅବଦାନ ଏହି ସିନେମାର ପ୍ରଯୋଜନା କରୁଛନ୍ତି ସୁଧୀର୍ କୁମାର୍ । ଏହାସହ ସିନେମାର ଚିତ୍ରନାଟ୍ୟ ସହ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଉଛନ୍ତି ଆଶୁତୋଷ ଦାସ୍ । ସିନେମାରେ ସଙ୍ଗୀତର ଭାର ତୁଲାଛନ୍ତି ଅଭିଜୀତ ମଜୁମଦାର୍ । ଆକର୍ଷଣୀୟ ଗୀତ ଗୁଡିକୁ ଏହି ଫିଲ୍ମରେ ମେକର୍ ସ୍ଥାନ ଦେଇଛନ୍ତି । ଯାହା ଅଲରେଡି ସ୍ରୋତାଙ୍କୁ ପସନ୍ଦ ଆସି ପାରିଛି । ସିନେମାର ସୁଟିଂ ଏଡିଟିଂ ଶେଷ ହୋଇଥିବାବେଳେ, ଖୁବଶୀଘ୍ର ଫିଲ୍ମକୁ ପରଦାକୁ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି ମେକର୍ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More