Only for Entertainment

ରିଲିଜ ହେଲା ଆଗାମୀ ଫିଲ୍ମ ‘କୁଇନ’ର ଟ୍ରେଲର, ଦେଖିବାକୁ ମିଳିଲା ବର୍ଷା-ଜୟଜୀତଙ୍କ ଜବରଦସ୍ତ କେମେଷ୍ଟ୍ରୀ

you tube
57

ରିଲିଜ ହେଲା ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଆଗାବୀ ଫିଲ୍ମ ‘କୁଇନ’ର ଟ୍ରେଲର । ବିଦିଶା କ୍ରାଫ୍ଟ ଦ୍ୱାରା ପ୍ରସ୍ତୁତ ହେବାକୁ ଥିବା ଏହି ୧୧ତମ ସିନେମାରେ ଭାବେ ପ୍ରସ୍ତୁତ ହେଉଛି ଫିଲ୍ମ କୁଇନ । ବର୍ଷାଙ୍କ ବିପକ୍ଷରେ ନାୟକ ଭାବେ ଅଭିନେତା ହ୍ୟାଣ୍ଡସମ ଷ୍ଟାର ଜୟଜୀତ୍ ଦାସଙ୍କୁ ଦେଖିବାକୁ ମିଳିବ । ଏହି ଯୋଡିକୁ ଗତ କିଛିଦିନ ପୂର୍ବରୁ ଏକ ବିଜ୍ଞାପନରେ ବି ଦେଖିବାକୁ ମିଳିଥିଲା । ଜୟଜିତ୍ ନାୟକ ଭାବେ ବାପା ତମେ ଭାରି ଦୁଷ୍ଟ ଜରିଆରେ ଓଲିଉଡରେ କରିଥିଲେ ଏଂଟ୍ରି । ଆଉ ଏବେ ତାଙ୍କ ଦ୍ୱିତୀୟ ସିନେମାରେ ବର୍ଷାଙ୍କ ବିପକ୍ଷରେ ନାୟକ ଭାବେ ନଜର ଆସିବେ ଜୟଜୀତ ।

ଫିଲ୍ମର ସମସ୍ତ ଗୀତ ନିର୍ଦ୍ଦେଶନା ଦେଇଛନ୍ତି ମଳୟ ମିଶ୍ର । । ମୋଟ ୪ଟି ଗୀତକୁ ଲେଖିଛନ୍ତି ଅରୁଣମନ୍ତ୍ରୀ ଓ ଜୟନ୍ତ ଦାଶ ।ଗୀତର କୋରିଓଗ୍ରାଫି କରିଛନ୍ତି ଅମିତ ନାୟକ । ଏହା ଭିତରେ ଘରଣୀଙ୍କ ପାଇଁ ଏକ ସ୍ୱତନ୍ତ୍ର ଗୀତ ପ୍ରସ୍ତୁତ କରିଛି କୁଇନ ଟିମ୍ । ବିଜୟ କାଣ୍ଡୋଇଙ୍କ ପ୍ରଯୋଜନାରେ ପ୍ରସ୍ତୁତ ହୋଇଥିବା ଏହି ସିନେମାର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ମୃତ୍ୟୁଞ୍ଜୟ ସାହୁ । ନାୟିକା ବର୍ଷା ଅଭିନୟ ସହ ପ୍ରଥମ ଥର ପାଇଁ ମନଛୁଆଁ କାହାଣୀ ଲେଖିଛନ୍ତି । ଫିଲ୍ମରେ ସଂଳାପ ଲେଖିଛନ୍ତି ବିଜୟ ମଲ୍ଲ ।

ନାରୀ କେନ୍ଦ୍ରିତ କାହାଣୀରେ ନିର୍ମିତ ଏହି ସିନେମାର ସମ୍ପୂର୍ଣ୍ଣ ସୁଟିଂ ଓଡିଶାରେ କରାଯାଇଛି । ବର୍ଷା ଓ ଜୟଜୀତଙ୍କ ସହ ଅଭିନେତ୍ରୀ ଲିପ୍ସା,ହରିହର ମହାପାତ୍ରା,ଉଷଶୀ ମିଶ୍ର ଓ ଅନନ୍ତ ରଥ ମୁଖ୍ୟ ଭୁମିକାରେ ଅଭିନୟ କରୁଛନ୍ତି ।ଫିଲ୍ମ କୁଇନର ସମସ୍ତକାମ ଶେଷ ହୋଇଛି । ଏବେ ଅପେକ୍ଷା ରିଲିଜର । ଦର୍ଶକଙ୍କ ମନୋରଞ୍ଜନ ପାଇଁ ଜାନୁଆରୀ ୩ୟ ସପ୍ତାହରେ ରିଲିଜ କରାଯିବ ବୋଲି ସୂଚନା ଦେଇଛି ପ୍ରଯୋଜନା ସଂସ୍ଥା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More