Only for Entertainment

ପ୍ରଥମ ସ୍ପୋର୍ଟସ୍ ଡ୍ରାମା ଫିଲ୍ମ ଚାମ୍ପିଅନ୍ ରୋମାଂଟିକ ଗୀତ‘ହେଇଗଲା ଇସ୍କରେ’ ରିଲିଜ !

42

ଖୁବଶୀଘ୍ର ପରଦାକୁ ଆସିବାକୁ ଯାଉଛି ଓଲିଉଡର ପ୍ରଥମ ସ୍ପୋର୍ଟସ୍ ଡ୍ରାମା ଫିଲ୍ମ ଚାମ୍ପିଅନ୍ । ଏହି ସିନେମା ଜରିଆରେ ଏକ ନିଆରା ଆଉ ସଂଘର୍ଷପୂର୍ଣ୍ଣ କାହାଣୀକୁ ଭେଟି ଦେବାକୁ ଯାଉଛନ୍ତି ଅଭିନେତ୍ରୀ ଅର୍ଚ୍ଚିତା । ତେବେ ଏହି ଫିଲ୍ମର ଏକ ରୋମାଂଟିକ ଗୀତ ରିଲିଜ ହୋଇଛି । ଗୀତଟି ହେଉଛି ‘ହେଇଗଲା ଇସ୍କରେ’ । ତେବେ ଏହି ଗୀତରେ ଦେଖିବାକୁ ମିଳିଛି ଶାନୁ ଏବଂ ଅର୍ଚ୍ଚିିତାଙ୍କ ଜବରଦସ୍ତ କେମେଷ୍ଟ୍ରି । ଗୀତଟିକୁ ଗାଇଛନ୍ତି ଓଲିଉଡର ପ୍ରସିଦ୍ଧ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଏବଂ ପ୍ରଜ୍ଞା । ତେବେ ଗୀତରେ ସ୍ୱର ସଜାଇଛନ୍ତି ଅରୁଣ ମନ୍ତ୍ରୀ ଏବଂ ମ୍ୟୁଜିକ ଦେଇଛନ୍ତି ବୈଦ୍ୟନାଥ ଦାଶ ।

ତେବେ ଫିଲ୍ମ ବିଷୟରେ କହିବାକୁ ଗଲେ ଚାମ୍ପିଅନରେ ଅର୍ଚ୍ଚିତା ପ୍ରଥମ ଥର ପାଇଁ ଏକ ପ୍ରଭାବଶାଳୀ ଭୂମିକାରେ ନଜର ଆସିବେ । ଫିଲ୍ମରେ ବକ୍ସର୍ ହୋଇ ରିଙ୍ଗ ଭିତରେ ବକ୍ସିଂ କରିବାରେ ନଜର ଆସିବେ ଅର୍ଚ୍ଚିତା । ଏହି ଫିଲ୍ମରେ ବକ୍ସର୍ ଅନ୍ଦାଜକୁ ପରଦାରେ ସଠିକ୍ ଭାବେ ତୁଲାଇବା ପାଇଁ ଅଭିନେତ୍ରୀ ଅର୍ଚ୍ଚିତା କରିଛନ୍ତି ଢେର୍ ମେହନତ । ଫିଲ୍ମରେ ଅର୍ଚ୍ଚିତାଙ୍କ ବିପକ୍ଷରେ ନାୟକ ଭାବେ ନଜର ଆସିବେ ଅଭିନେତା ସାନୁ । ଆଉ ଏହି ସିନେମାରେ ଅର୍ଚ୍ଚିତାଙ୍କ କୋଚ୍ ଭୂମିକାରେ ନଜର ଆସିବେ ଅଭିନେତା ସମରେଶ ରାଉତରାୟ । ଡନ୍ଙ୍ଗ୍ୟୁ ଏଂଟର୍ଟେନ୍ମେଂଟ୍ ବ୍ୟାନର୍ରେ ପ୍ରସ୍ତୁତ ହୋଇଥିବା ଚଳଚ୍ଚିତ୍ର ଚାମ୍ପିଅନ୍ର ନିର୍ଦ୍ଦେଶନା ଦେଇଛନ୍ତି କେ. ମୂରଲୀକ୍ରିଷ୍ଣା ଏବଂ ଫିଲ୍ମର ପ୍ରଯୋଜନା କରିଛନ୍ତି ଏନ୍ ଗଙ୍ଗାଧର ଓ ଦୀପ୍ତି । ମାର୍ଚ୍ଚ ୮ରେ ପରଦାକୁ ଆସିବ ଚାମ୍ପିଅନ୍ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More