Only for Entertainment

‘ମିସ ଇଣ୍ଡିଆ ଦିୱା’ ପ୍ରତିଯୋଗିତାର ଟପ-୧୦ରେ ଓଲିଉଡ ଲୋକପ୍ରିୟ ନାୟିକା ତମନ୍ନା ବ୍ୟାସ ।

facebook
0 53

ଓଲିଉଡର ଲୋକପ୍ରିୟ ନାୟିକା ତମନ୍ନା ବ୍ୟାସ ଏବେ ‘ମିସ ଇଣ୍ଡିଆ ଦିୱା’ ପ୍ରତିଯୋଗିତାରେ ଟପ-୧୦ ତାଲିକାରେ ଚୟନ ହୋଇଛନ୍ତି । ଏବେ ସେ ମୁମ୍ବାଇରେ ଅନୁଷ୍ଠିତ ଭାରତୀୟ ସୁନ୍ଦରୀ ପ୍ରତିଯୋଗିତା ପାଇଁ ସ୍ୱତନ୍ତ୍ର ତାଲିମ ଶିବିର ମଧ୍ୟରେ ଅଛନ୍ତି । ଏହି ଶିବିରରେ ବିଭିନ୍ନ ରାଜ୍ୟରୁ ମୋଟ ୧୪୭ଜଣ ସୁନ୍ଦରୀ ଚୟନ ହୋଇଥିଲେ । ତମନ୍ନା ପୂର୍ବରୁ ଏହି ପ୍ରତିଯୋଗିତାର ଶ୍ରେଷ୍ଠ ୧୦୦ତାଲିକାରେ ସ୍ଥାନ ହାସଲ କରିଥିଲେ । ପରେ ତାଙ୍କୁ ଶ୍ରେଷ୍ଠ ୫୦ରେ ସ୍ଥାନ ମିଳିଥିଲା । ଏମିତି ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଚଢ଼ି ‘ମିସ ଇଣ୍ଡିଆ ଦିୱା’ ଟପ ଟେନ ରାଉଣ୍ଡରେ ତମନ୍ନା ଏହି ଗୌରବ ହାସଲ କରିଛନ୍ତି ।

tamanna

କହିରଖୁଛୁ ଯେ ତାଙ୍କର ଦୁଇଟି ଓଡ଼ିଆ ଛବି ମୁକ୍ତିଲାଭ କରିସାରିଛି ତାହା ହେଲା ‘ଭାଇନା କ’ଣ କଲା ସେ’ ଏବଂ ନିଝୁମ ରାତିର ସାଥୀ’ । ଏବେ ତାଙ୍କର ତିନିଟି ଫିଲ୍ମ ରିଲିଜ ଅପେକ୍ଷାରେ ରହିଛି ତାହା ହେଲା, ଲୁଚେଇ ଦେ ମୋତେ ଛାତି ଭିତରେ, ବ୍ଲାକମେଲ ଏବଂ ଜୋକର ।

ବ୍ଲାକମେଲରେ ତାଙ୍କୁ ଏକ ପାୱାରଫୁଲ କ୍ୟାରେକ୍ଟର ମିଳିଛି । ଏହାର କାହାଣୀରେ ଦୁଇଜଣ ନାୟିକା ଅଛନ୍ତି । ଏଥିମଧ୍ୟରୁ ଜଣେ ହେଲେ ତମନ୍ନା ଏବଂ ଆର ଜଣକ ଆହନା । ଏଥିରେ ତାଙ୍କର ନାୟକ ହେଲେ ଅର୍ଦ୍ଧେନ୍ଦୁ । ଏହି ସିନେମାର ନିର୍ଦ୍ଦେଶନା ଦେଉଛନ୍ତି ଅମିତ ନାୟକ । ତମନ୍ନା ତେଲୁଗୁ ସିନେମା ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି ନେଇସାରିଲେଣି । ସେ ଅନୁଭବଙ୍କ ସହ ପ୍ରେମକୁମାର ସିନେମାରେ ବି ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More