Only for Entertainment

ହଲିଉଡରେ ଓଲିଉଡ ଗାୟକ କ୍ରିଷ୍ଣା ବେଉରା ।

OrissaPOST
0 76

ଦିନ ଥିଲା ଓଡ଼ିଆ ଲୋକ ଖୁବ ପଛରେ ରହି ଯାଇଥିଲେ । କିନ୍ତୁ ଏବେ ସେହି ସମୟ ପରିବର୍ତ୍ତନ ହୋଇସାରିଛି । ଓଡ଼ିଆ ଲୋକ କେବଳ ଓଡ଼ିଶାରେ ନୁହଁନ୍ତି ବରଂ ଓଡ଼ିଶା ବାହାରେ ମଧ୍ୟ ଖୁବ ଖ୍ୟାତି ଅର୍ଜନ କରି ସାରିଛନ୍ତି । ଋତୁରାଜ,ସତ୍ୟଜିତ ଜେନା,ଅନନ୍ୟା ନନ୍ଦ ,ପ୍ରକୃତି ମିଶ୍ର ଓ ଲିପ୍ସା ମିଶ୍ର ଓଡ଼ିଆ ଇଣ୍ଡଷ୍ଟ୍ରି ପାଇଁ ଖୁବ ଗର୍ବ ଓ ଗୌରବ ସାଜିଛନ୍ତି । ତେବେ ଏହିଭଳି ଅନ୍ୟ କେତେକ ବ୍ୟକ୍ତିତ୍ୱ ମଧ୍ୟ ରହିଛନ୍ତି ଯେଉଁମାନେ ଆମକୁ ମୁଣ୍ଡ ଟେକି ଚାଲିବା ପାଇଁ ପଥ ଖୋଲି ଦେଇଛନ୍ତି । ସେହି ଟ୍ରେଣ୍ଡରେ ଏବେ ଯୋଡ଼ି ହୋଇ ଯାଇଛନ୍ତି ଗାୟକ କ୍ରିଷ୍ଣା ବେଉରା । ନିକଟରେ ସେ ଓଲିଉଡ ନୁହେଁ କିମ୍ବା ବଲିଉଡରେ ନୁହେଁ ବରଂ ହଲିଉଡରେ ପାଦ ଥାପିଛନ୍ତି । ଆଜ୍ଞା ହଁ ଗାୟକ କ୍ରିଷ୍ଣା ବେଉରା ହଲିଉଡରେ ନିଜର କଣ୍ଠଦାନ କରିଛନ୍ତି । ଏଥିପାଇଁ ପ୍ରଶଂସକ ଖୁବ ପ୍ରଶଂସା ମଧ୍ୟ କରୁଛନ୍ତି ।

ହଲିଉଡ ଫିଲ୍ମ ଙ୍ଘଚ୍ଚଙ୍ଘ ରେ ସେ ସାନି ରିଗସିଙ୍କ ସହିତ ମିଶି ‘ଇଜ ନଟ ଲଭ ଏନଫି’ରେ ଗୀତ ଗାଇଛନ୍ତି । ଏହା ପୂର୍ବରୁ କ୍ରିଷ୍ଣା ବଲିଉଡ ଫିଲ୍ମ ‘ଚକ ଦେ ଇଣ୍ଡିଆ’ର ମୌଲା ମେରେ,ମୁସାଫି ଫିଲ୍ମର ରଚ୍ଚା,ରାଜ ଟୁର ସୋନିଓରେ ନିଜର ପରାକାଷ୍ଠା ଦେଖାଇଛନ୍ତି । କେବଳ ସେତିକି ନୁହେଁ ବରଂ ୨୭ଟି ଭାଷାରେ ଗୀତ ଗାଇଛନ୍ତି ଗାୟକ କ୍ରିଷ୍ଣା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More