Only for Entertainment

ବୋହୂ ସାଜିଲେ ଓଲିଉଡ ଗାୟିକା ତପୁ ମିଶ୍ର !

55

ବଲିଉଡରେ ବିବାହ ସିଜନ ଚାଲିଥିଲା ବେଳେ ଏବେ ଓଲିଉଡରେ ମଧ୍ୟ ଚାଲିଛି ବିବାହ ସିଜନ । ଗତ କିଛି ଦିନ ତଳେ ଖବର ଶୁଣିବାକୁ ମିଳିଥିଲା ଯେ ଓଲିଉଡ ଅଭିନେତା ସମ୍ବିତଙ୍କର ନିର୍ବନ୍ଧ ହୋଇଯାଇଛି । ସେହିଭଳି ଗତ ବୁଧବାର ଦିନ ବୋହୂ ସାଜିଛନ୍ତି ଓଲିଉଡର ସୁପରିଚିତ କଣ୍ଠଶିଳ୍ପୀ ତପୁ ମିଶ୍ର ।

ମାସେ ପୂର୍ବରୁ ହୋଇଥିବା ନିର୍ବନ୍ଧ ପରେ ବିବାହ କରିଛନ୍ତି ଓଲିଉଡର ଭର୍ସାଟାଇଲ କଣ୍ଠଶିଳ୍ପୀ ତପୁ ମିଶ୍ର । ଗତ ରାତିରେ ଅଭିନେତା ଦୀପକ ପୁଝାରୀଙ୍କୁ ବିବାହ କରିଛନ୍ତି ତପୁ । ଏହି ବିବାହରେ ଅନେକ ଓଲିଉଡ ସିନେ କଳାକାର ଯୋଗ ଦେଇଥିଲେ । ଦେଖନ୍ତୁ ଫଟୋ ।

ଏଠାରେ ଆମେ କହି ରଖୁଛୁ ଯେ ‘ଆ ମାନେ ଆନନ୍ଦପୁର’ ଗୀତରୁ ନିଜର ପରିଚୟ ପାଇଥିବା ତପୁ ଗତ ରାତିରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଓଲିଉଡ୍ ଅଭିନେତା ଦୀପକ ପୁଝାରୀଙ୍କୁ ଜୀବନସାଥି ଭାବେ ବାଛିଛନ୍ତି ତପୁ । ବୁଧବାର ତପୁ ମିଶ୍ର ଓ ଦୀପକ ପୂଝାରିଙ୍କ ବିବାହ ରାଜଧାନୀ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇ ଯାଇଛି । ଦୀପକ ସୋନ୍ପୁର୍ର ବାସିନ୍ଦା । ‘ଆସିଲୁ ଯେବେ ତୁ ଜୀବନେ’ ଚଳଚ୍ଚିତ୍ରରେ ନାୟକ ଭାବେ ନଜର ଆସିଥିଲେ ସେ । ତେବେ ଏହାଛଡା ଅନେକ ସମ୍ବଲପୁରି ଆଲବମ୍ରେ ଦୀପକଙ୍କୁ ଦେଖିବାକୁ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More