Only for Entertainment

ପ୍ରଥମ ସିନେମା ବନ୍ଦ ହୋଇଗଲା, ଆରଟି ରିଲିଜ୍‌ ହୋଇ ନାହିଁ ଏହି ଓଲିଉଡ ନାୟିକାଙ୍କର

youtube.com
0 53

ଗତ ବର୍ଷ ଜଣେ ବଙ୍ଗୀୟ ନାୟିକାଙ୍କୁ ପରଦାରେ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଥିଲା ହେଲେ ତାହା ହେଲା ନାହିଁ ,କାରଣ ତାଙ୍କ ଅଭିନୀତ ପ୍ରଥମ ଓଡ଼ିଆ ସିନେମା ୨୦୧୭ରେ ରିଲିଜ୍‌ ହେଲା ନାହିଁ।   ସେ ପ୍ରଥମେ ଓଡ଼ିଶା ଆସିଥିଲେ ନିର୍ଦେଶକ ଅମୀୟ ସ୍ୱାଇଁଙ୍କ ‘ଏ ମନ ଖୋଜେ ତତେ’ରେ ନାୟିକା ଭୂମିକାରେ ଅଭିନୟ କରିବାକୁ। ସେ ଫିଲ୍ମଟି ମହୁରତ ପରେ ବନ୍ଦ ହୋଇଗଲା, ହେଲେ ଏହି ବଙ୍ଗୀୟ ନାୟିକାଙ୍କୁ ମିଳିଥିଲା ଆଉ ଏକ ଓଡ଼ିଆ ସିନେମା। ଏହି ସିନେମା ହେଲା ‘ ବାଜି ବାଜି ବାବାଜି ’।

ସଂଗ୍ରାମ ମହାନ୍ତିଙ୍କ ନିର୍ଦେଶନାରେ ନିର୍ମିତ ଏହି ଫିଲ୍ମରେ ନାୟିକା ଭୂମିକା ନିଭାଇଥିବା ଅଭିନେତ୍ରୀ ଜଣକ ହେଲେ ରତସୀ ଦତ୍ତ। ତାଙ୍କୁ  ‘ ବାଜି ବାଜି ବାବାଜି ’ରେ ଜଣେ ମେଡିକାଲ୍‌ ଛାତ୍ରୀ ଚରିତ୍ରରେ ଦେଖିବାକୁ ପାଇବେ ଦର୍ଶକ। ତାଙ୍କର ଭାଗ୍ୟ ଏମିତି ଯେ ସେ ଦୁଇଟି ଓଡ଼ିଆ ଛବି ପାଇଁ ଚୁକ୍ତିବଦ୍ଧ ହୋଇଥିଲେ ହେଲେ ସେଥିରୁ ଗୋଟିଏ ବି ଏଯାବତ୍‌ ପରଦାକୁ ଆସି ନାହିଁ। ଯଦି ଏଥିମଧ୍ୟରୁ ଗୋଟିଏ ବି ରିଲିଜ୍‌ ହୋଇଥାନ୍ତା ତେବେ ତାଙ୍କୁ ଅନ୍ୟ ସିନେମା ଲାଗି ବି ଅଫର ମିଳିଥାନ୍ତା ବୋଲି  କହନ୍ତି  ରତସୀ । ‘ବାଜି ବାଜି ବାବାଜି ’ର ରିଲିଜକୁ ସେ ଅପେକ୍ଷା କରିଥିବା କହିଛନ୍ତି।

ଏହି ଓଡ଼ିଆ ସିନେମାରେ ଦିବଙ୍ଗତ ଅଭିନେତା ମୀନକେତନ ନଜର ଆସିବେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ। ଏହା ଛଡ଼ା ମିଟୁ ମିଥୁନ, ଓ  ରକ୍‌ ପାତ୍ର ଏହି ସିନେମାର ମୁଖ୍ୟ କଳାକାର। ଟି ସୌରୀ ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ତାଙ୍କ ଅଭିନୀତ ଓଡ଼ିଆ ସିନେମା ଏ ବର୍ଷ ମୁକ୍ତିଲାଭ କରିବ ବୋଲି ଜଣାଯାଇଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More