Only for Entertainment

ରାଜକୁମାର ରାଓଙ୍କ ଭୟଙ୍କର ରୁପ ଦେଖି ଲୋମଟାଙ୍କୁରୀ ହୋଇପଡିବ, ଦେଖନ୍ତୁ ଓମାର୍ଟାର ଦ୍ୱିତୀୟ ଟ୍ରେଲର ।

ZEENEWS
0 36

ବଲିଉଡ ଅଭିନେତା ରାଜକୁମାର ରାଓ ନିଜ ଅଭିନୟ ଦର୍ଶକଙ୍କ ମନରେ ଖାସ ସ୍ଥାନ ବନାଇପାରିଛି । ୨୦୧୭ରେ ରାଜକୁମାର ରାଓ ନିଜ ଫିଲ୍ମରେ ଦର୍ଶକଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ବନାଇ ପାରିଛନ୍ତି ଏବଂ ଖୁବ ଶୀଘ୍ର ତାଙ୍କ ଅଭିନୀତ ଫିଲ୍ମ ‘ଓମର୍ଟା’ପରଦାକୁ ଆସିବାକୁ ଯାଉଛି । ଦେଖିବାକୁ ଅଛି ଯେ ଏହି ଫିଲ୍ମ କେତେ ମାତ୍ରାରେ ଜହଳ ପକାଇ ପାରୁଛି ।

ଫିଲ୍ମରେ ରାଜକୁମାର ଆତଙ୍କବାଦୀ ଭୂମିକାରେ ନଜର ଆସିବେ । କିଛି ଦିନ ପୂର୍ବେ ଏହି ଫିଲ୍ମର ପ୍ରଥମ ଟ୍ରେଲର ରିଲିଜ ହୋଇଥିଲା ତେବେ ଏବେ ଆଉ ଏକ ଟ୍ରେଲର ସାମ୍ନାକୁ ଆସିଛି ।

ଏହାର ପ୍ରଥମ ଟ୍ରେଲର ଦର୍ଶକ ଖୁବ ପସନ୍ଦ କରିଥିବା ବେଳେ ଏହାର ଦ୍ୱିତୀୟ ଟ୍ରେଲରରେ ଆପଣଙ୍କ ଲୋମ ଟାଙ୍କୁରୀ ହୋଇଯିବ । କାରଣ ଭର୍ସାଟାଇଲ ଆକ୍ଟର ରାଜକୁମାରଙ୍କର ଏହି ଫିଲ୍ମରେ କ୍ରୁର ରୂପ ଦେଖିବାକୁ ମିଳିବ ।

ଏହି ଫିଲ୍ମର କାହାଣୀ ଆତଙ୍କବାଦୀ ଓମର ସାଇଦ ଶେଖଙ୍କ ଉପରେ ଆଧାରିତ । ଓମର ସାଇଦ ୨୦୦୨ରେ ସ୍ଟ୍ରିଟ ଜର୍ନଲର ପତ୍ରକାରଙ୍କୁ ଉଠାଇ ନେଇଥିଲେ ଏବଂ ଏହାପରେ ତାଙ୍କର ହତ୍ୟା କରିଦେଇଥିଲେ । ଏହି କାରଣରୁ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା ମାତ୍ର ଫାଶୀ ଦିଆଯାଇ ପାରିନଥିଲା ଏବଂ ସେ ଏବେ ମଧ୍ୟ ଜୀବିତ । ଏହିଭଳି କିଛି ସତ୍ୟ ଘଟଣା ଏବଂ ରୋମାଂଚ ପୂର୍ଣ୍ଣ ତଥ୍ୟକୁ ନେଇ ଫିଲ୍ମ ଆଧାରିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More