Only for Entertainment

ଅନ-ଅଫ ସଂପର୍କରେ ବଢିଥାଏ ମାନସିକ ବିକୃତି ।

Ani
27

ସଂପର୍କର ଡୋର ଖୁବ ନରମ । ଯାହା ଭାଙ୍ଗିବା ପାଇଁ ଅଧିକ ସମୟର ଆବଶ୍ୟକତା ପଡ଼େ ନାହିଁ । ସାମାନ୍ୟ ଏବଂ ଛୋଟ ଛୋଟ କଳହରେ ମଧ୍ୟ ସଂପର୍କ ଭଙ୍ଗିଯାଏ । ତେଣୁ ଏଥିପ୍ରତି ଖୁବ ସଚେତନ ହେବା ଉଚିତ । ସଂପର୍କରେ ଯଦି କମିଟମେଂଟ ରଖଯାଏ ନାହିଁ,ଛୋଟ ଛୋଟ ଝଗଡ଼ା ଅଧିକାଂଶ ସମୟରେ ହୁଏ ଏବଂ ଦୁଇ ଜଣଙ୍କ ମଧ୍ୟରେ ବୁଝାମଣା ଏବଂ ଯୋଗାଯୋଗ ଠିକ ରହି ନଥାଏ ସମସ୍ୟା ଆରମ୍ଭ ହୁଏ । କେବେ କେବେ ସଂପର୍କରେ ଦେଖିବାକୁ ମିଳେଯେ ଅଳ୍ପ ଦିନ ଖୁସିରେ ଥିବେ ଏବଂ ପୁଣିଥରେ କଳି ଝଗଡ଼ା ଆରମ୍ଭ ହୋଇଯାଏ । ଏହା ଦ୍ୱାରା ମାନସିକ ଅଶାନ୍ତି ବଢିଯାଏ ।

ନିକଟରେ କଲୋମ୍ବିଆର ମିସୋରୀ ୟୁନିଭର୍ସିଟିରେ ଏକ ସର୍ଭେ ହୋଇଥିଲା ଯେଉଁଥିରୁ ଜଣାଗଲାଯେ ସଂପର୍କରେ ଫାଟ ପଡ଼ିବା ଏବଂ ପରବର୍ତ୍ତୀ ମୁହୂତ୍ତରେ ସୁଧାର ଆସିବା ଘଟଣା ଯଦି ବାରମ୍ବାର ଘଟିଥାଏ ତେବେ ଏହା ମାନସିକ ସ୍ତରରେ କ୍ଷତି ପହଂଚାଇଥାଏ । ତେଣୁ ଏହି କ୍ଷେତ୍ରରେ ବ୍ୟକ୍ତି ନିଜ ସଂପର୍କରେ ଦୃଢତା ରଖି ସଚେତନ ହେବା ଉଚିତ ଏବଂ ସମସ୍ୟାକୁ ଯେତେ ଦୂର ହେବ ନିଜ ଠାରୁ ଦୂରେଇ ରଖିôବାକୁ ଚେଷ୍ଟା କରିବା ଉଚିତ । ତେବେ ରିସର୍ଚରୁ ଜଣାଗଲାଯେ ୬୦ ପ୍ରତିଶତ ବୟସ୍କ ଏହି ଅନ ଅଫ ସଂପର୍କରେ ପିଡ଼ିତ । ଏକ ତୃତୀୟାଂଶ ପ୍ରଥମେ ବ୍ରେକ ଅପ କରନ୍ତି ଏବଂ ପୁଣିଥରେ ପ୍ୟାଚ ଅପ କରନ୍ତି । ତେବେ ଏହା କଳି ଝଗଡ଼ା ଏବଂ ଯୋଗାଯୋଗ ଅଭାବରୁ ହୋଇଥାଏ ।

କିଛି କ୍ଷେତ୍ରରେ ବ୍ରେକ ଅପ ହେବା ପରେ ବ୍ୟକ୍ତି ସଂପର୍କର ମୂଲ୍ୟବୋଧକୁ ବୁଝିପାରନ୍ତି ଯାହା ଦ୍ୱାରା ସେମାନଙ୍କର ଅଧିକ ସୁଧାର ଆସିଥାଏ । ଆସିଷ୍ଟାଂଟ ପ୍ରଫେସର କଲେ ମଙ୍କଙ୍କ କହିବା ଅନୁସାରେ ଯେଉଁମାନଙ୍କର ସବୁବେଳେ ବ୍ରେକ ଅପ ଏବଂ ପ୍ୟାଚ ଅପ ହୋଇଥାଏ ସେମାନଙ୍କ ସଂପର୍କ ଉପରେ ଅଧିକ ଖରାପ ପ୍ରଭାବ ପଡ଼ିଥାଏ । ତେବେ ୫୦୦ ବ୍ୟକ୍ତିଙ୍କୁ ନେଇ କରାଯାଇଥିବା ଏହି ପରୀକ୍ଷାରେ ଜଣାଗଲାଯେ ଏହା ଦ୍ୱାରା ମାନସିକ ଚିନ୍ତା ବଢିଯାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More