Only for Entertainment

ଏକାଠି ହେବେ ‘ଲୈଲା ଓ ଲୈଲା’ ଯୋଡି , ପୁଣି ରୋମାନ୍ସର ବର୍ଷା କରିବେ ‘ସ୍ୱରାଜ – ସନମୀରା’ !

youtube
0 120

ସ୍ୱରାଜ ଓ ସନମୀରାଙ୍କୁ ନେଇ ଓଲିଉଡ୍ ଇଣ୍ଡଷ୍ଟ୍ରୀରେ ପ୍ରସ୍ତୁତ ହେଉଛି ରୋମାଂଟିକ ଫିଲ୍ମ ଲଭ୍ ଏକ୍ସ ପ୍ରେସ୍ । ଯାହାର ଟାଇଟେଲ୍ ରହିଛି ଲଭ୍ ଏକ୍ସପ୍ରେସ୍ । ଫିଲ୍ମର ସୁଟିଂ ଏବେ କଟକ ଓ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ କରାଯାଉଛି । ଯେଉଁଠି ହ୍ୟାଣ୍ଡସମ୍ ଅଭିନେତା ସ୍ୱରାଜଙ୍କ ବେଶ ଷ୍ଟାଇଲିସ୍ ଅନ୍ଦାଜ୍ ଦେଖିବାକୁ ମିଳିଥିଲା । ଏକ ଆଇସ୍କ୍ରିମ୍ ପାଲର୍ ଭିତରେ ଚାଲିଥିବା ଏକ ସିନର ସୁଟିଂ ସମୟରେ ଅଭିନେତା ସ୍ୱରାଜଙ୍କୁ ଦେଖିବାକୁ ମିଳିଥିଲା । ଯେଉଁଠି ଜିନ୍ସ ଓ ଟି-ସାର୍ଟରେ ନଜର ଆସିଥିଲେ ସ୍ୱରାଜ । ଫିଲ୍ମରେ ଥିବା ତାଙ୍କ ଚରିତ୍ରକୁ ନେଇ ବେଶ୍ ଏକ୍ସାଇଟେଡ୍ ଥିବା ସ୍ୱରାଜ ଏହି ସମୟରେ କହିଥିଲେ ।

source: sarthak music

ସ୍ୱରାଜ ଓ ସନମୀରାଙ୍କ ଯୋଡି ପୂର୍ବରୁ ଲୈଲା ଓ ଲୈଲା ଭଳି ସୁପରହିଟ୍ ସିନେମା ଭେଟି ଦେଇଛନ୍ତି । ଯେଉଁଥିରେ ଥିଲା ଏକ ଟିନ୍ ଏଜ ଲଭଷ୍ଟୋରୀ। ଆଉ ଢେର୍ ସାରା କମେଡି । ଏହା ସହ ସ୍ୱରାଜ-ସନମୀରାଙ୍କ ରୋମାନ୍ସ । ଲୈଲା ଓ ଲୈଲାରେ ଏହି ଯୋଡିକୁ ଯେତିକି ପସନ୍ଦ କରିଥିଲେ ଦର୍ଶକ ସେତିକି ବି ପସନ୍ଦ କରିଥିଲେ ଫିଲ୍ମରେ ଥିବା ଗୀତ ଗୁଡିକୁ । ଆଉ ଏବେ ପୁଣିଥରେ ଏମାନଙ୍କୁ ନେଇ ଆସିବାକୁ ଯାଉଛି ଆଉ ଏକ ରୋମାଂଟିକ୍ ଫିଲ୍ମ ‘ଲଭ୍ ଏକ୍ସପ୍ରେସ୍’ । ଏହି ସିନେମାର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ରମେଶ ରାଉତ । ସାର୍ଥକ ମ୍ୟୁଜିକର ୨୪ ତମ ଚଳଚ୍ଚିତ୍ର ଲଭ୍ ଏକ୍ସପ୍ରେସ୍ରେ ସଙ୍ଗୀତର ଭାର ତୁଲାଇବେ ବୈଦନାତ ଦାସ । ଗଣେଷ ପୂଜା ଅବସରରେ ମୁକ୍ତିଲାଭ କରିବ ଲଭ୍ ଏକ୍ସପ୍ରେସ୍ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More