Only for Entertainment

ପିଆଜ ଚୋପାରେ ଭରି ରହିଛି ଏତେ ଉପକାରୀ ଗୁଣ ।

johnnyseeds.com
22

ପିଆଜ ଶରୀର ପାଇଁ ଖବୁ ଉପକାରୀ । କିନ୍ତୁ ପିଆଜ ଚୋପା ମଧ୍ୟ ଉପକାରୀ ତାହା ଆପଣ ଜାଣନ୍ତି କି । ଆସନ୍ତୁ ଆଲୋଚନା କରିବା ।

ପିଆଜ ଚୋପାକୁ ସାରା ରାତି ପାଣିରେ ଭିଜାଇ ରଖନ୍ତୁ ଏବଂ ସକାଳୁ ଉଠି ସେହି ପାଣିକୁ ପିଅନ୍ତୁ । ଏଭଳି ନିୟମିତ ପିଇବା ଦ୍ୱାରା କୋଲେଷ୍ଟ୍ରଲ ନିୟନ୍ତ୍ରଣରେ ରହିଥାଏ । ଆପଣଙ୍କ ଏହାର ସ୍ୱାଦ ଭଲ ଲାଗି ନପାରେ ସେଥିପାଇଁ ଆପଣ ସେଥିରେ ମହୁ ପକେଇ ପିଇ ପାରିବେ ।

ଯଦି ଆପଣଙ୍କର କୌଣସି ଚର୍ମ ଜନିତ ରୋଗର ସମସ୍ୟା ଅଛି । ତେବେ ରାତିରେ ପିଆଜ ଚୋପାକୁ ପାଣିରେ ଭିଜାଇ ସକାଳୁ ସେହି ପାଣିରେ ଚର୍ମକୁ ସଫା କରନ୍ତୁ । ଏଭଳି ନିୟମିତ କରିବା ଦ୍ୱାରା ଚର୍ମ ସମସ୍ୟା ଦୂର ହୋଇଥାଏ ।

 ମହିଳାମାନେ କଶକୁ ମୁଲାୟମ କରିବା ପାଇଁ ବିଭିନ୍ନ ପ୍ରକାରର ସାମଗ୍ରୀ ବ୍ୟବହାର କରିଥାନ୍ତି । କିନ୍ତୁ ଆପଣ ପିଆଜ ଚୋପର ପାଣି ବ୍ୟବହାର କରି ମଧ୍ୟ କେଶକୁ କୋମଳ କରିପାରିବେ । ସେଥିପାଇଁ ଆପଣ ପ୍ରଥମେ ଖାଲି ପାଣିରେ କେଶକୁ ଧୋଇ ଦିଅନ୍ତୁ, ତାପରେ ସେହି ପିଆଜ ଚୋପା ପାଣିରେ ଆସ୍ତେ ଆସ୍ତେ କେଶକୁ ସଫା କରନ୍ତୁ ।

 ଯଦି ଆପଣଙ୍କ ତ୍ୱଚାରେ କୌଶସି ଦାଗ ଅଛି, ତେବେ ପିଆଜ ଚୋପାକୁ ଗୁଣ୍ଡ କରି ହଳଦୀ ସହ ମିଶାଇ ଦାଗ ଉପରେ ଲଗାନ୍ତୁ । ଏଭଳି କରିବା ଦ୍ୱାରା କିଛି ଦିନ ଭିତରେ ଆପଣଙ୍କ ତ୍ୱାଚାରୁ ଦାଗ ଦୂରେଇ ଯିବ ।

 ଗଳା ସମସ୍ୟାରେ ମଧ୍ୟ ପିଆଜ ଚୋପା ସହାୟକ ହୋଇଥାଏ । ସେଥିପାଇଁ ଆପଣ ଗରମ ପାଣିରେ ପିଆଜ ଚୋପାକୁ ଫୁଟାଇ ଦିଅନ୍ତୁ । ତାହାପରେ ଆପଣ ସେହି ପାଣିକୁ କାଢା ଭଳି ପିଅନ୍ତୁ । ଏହାଦ୍ୱାରା ଆପଣଙ୍କୁ ଆରାମ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More