Only for Entertainment

ଆନ୍ତର୍ଜାତୀୟ ସୁନ୍ଦରୀ ପ୍ରତିଯୋଗୀତାରେ ଆଉ ଜଣେ ଓଡ଼ିଆ ଝିଅ

kanaklifestyle
248

ଜାତୀୟ, ଅନ୍ତର୍ଜାତୀୟ ସୁନ୍ଦରୀ ପ୍ରତିଯୋଗିତାରେ ପୂର୍ବରୁ ଅନେକ ଓଡିଆ ସୁନ୍ଦରୀ ଭାଗ ନେଇ ଓଡିଶା ପାଇଁ ଆଣିଛନ୍ତି ଗର୍ବ ଓ ଗୌରବ । ଆଉ ଏବେ ଏହି ତାଲିକାରେ ସାମିଲ୍ ହୋଇଛନ୍ତି ଆଉ ଜଣେ ସୁନ୍ଦରୀ । ଏକ ଅନଲାଇନ୍ ସୁନ୍ଦରୀ ପ୍ରତୀଯୋଗିତା ଇଣ୍ଡିଆଜ୍ ମିସ୍ ଟିଜିପିସି ପ୍ରତିଯୋଗାତିରେ ଭାଗ ନେଇ ଫାଇନାଲରେ ପହଁଚିଛନ୍ତି ଓଡିଆ ସୁନ୍ଦରୀ ଶୁଭଶ୍ରୀ ସ୍ୱାଇଁ । ବିଶ୍ୱର ୩୦୦୦ ପ୍ରତିଯୋଗୀଙ୍କୁ ପଛରେ ପକାଇ ଶ୍ରେଷ୍ଠ ୨୧ ଜଣଙ୍କ ମଧ୍ୟରେ ନିଜ ସ୍ଥାନ ବନାଇ ପାରିଛନ୍ତି ଶୁଭଶ୍ରୀ । ୨୧ ଜଣ ଫାଇନାଲିଷ୍ଟଙ୍କ ମଧ୍ୟରେ ଶୁଭଶ୍ରୀ କେବଳ ଜଣେ ଓଡିଆ ସୁନ୍ଦରୀ ରହିଥିବାବେଳେ ତାଙ୍କୁ ଜିତାଇବା ପାଇଁ ଅନଲାଇନ ଜରିଆରେ ଭୋଟ୍ ଦିଆଯାଇ ପାରିବ ।

 

ଆରମ୍ଭ ହୋଇ ଯାଇଛି ଇଣ୍ଡିଆ ମିସ୍ ଟିଜିପିସି ସୁନ୍ଦରୀ ପ୍ରତିଯୋଗୀତା । ଆଉ ଏହାର ଫାଇନାଲ୍ ରାଉଣ୍ଡ ସେପ୍ଟେମ୍ବର ଶେଷ ଆଡକୁ ମୁମ୍ବାଇରେ ଅନୁଷ୍ଠିତ ହେବ । ଆଶା କରୁଛୁ ଶୁଭଶ୍ରୀ ଏହି ଟାଇଟେଲ୍ ହାତେଇ ଓଡିଶା ପାଇଁ ଓଡ଼ିଶାକୁ ଗର୍ବିତ କରନ୍ତୁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More