Only for Entertainment

ଅନଲାଇନରୁ ଅର୍ଡ଼ର କରିଥିଲେ ଆଇ ଫୋନ ୮,ଆସିଲା ଏହି ଜିନିଷ ।

punjab kesari
0 38

ଆଜିକାଲି ଘରେ ବସି ଅନଲାଇନରୁ ସମସ୍ତ ଜିନିଷ ଅତି ସହଜରେ କିଣି ହେଉଛି । କିନ୍ତୁ ବେଳେ ବେଳେ ସପିଂ ସାଇଟରୁ ଏଭଳି ଜିନିଷ ଆସୁଛି ଯାହା ଗ୍ରାହକଙ୍କୁ ନିରାଶ କରିଦେଉଛି । ତେବେ ଏଭଳି ଏକ ଘଟଣା ଏବେ ଖୁବ ଜୋରରେ ଭାଇରାଲ ହେଉଛି ।

ବାସ୍ତବରେ ୨୬ ବର୍ଷୀର୍ୟ ଜଣେ ସଫ୍ଟୱେର ଇଂଜିନିୟର ଏକ ପ୍ରମୁଖ ଅନଲାଇନ ବିକ୍ରେତା କଂପାନୀ ଫ୍ଲିପକାର୍ଟ ଉପରେ ଆଇ ଫୋନ ୮ ଅର୍ଡ଼ର କରିଥିବା ସ୍ଥାନରେ ଏକ ସାବୁନ ଡେଲିଭର କରିଥିବା ଆରୋପ ଲଗାଇଛନ୍ତି । ଏହାପରେ ଏହି ଘଟଣା ମୁମ୍ବାଇର ବାୟକୁଲା ପୋଲିସ ଷ୍ଟେସନରେ ମଧ୍ୟ ପହଂଚିଛି । ଫ୍ଲିପକାର୍ଟ ବିରୋଧରେ ମାମଲା ରୁଜୁ କରାଯାଇଛି ।

ଆରୋପ ଲାଗାଇଥିବା ତବରେଜଙ୍କ କହିବା ଅନୁସାରେ ସେ ଏହି ମୋବାଇଲକୁ ୫୫ ହଜାର ଟଙ୍କାରେ ଅର୍ଡର କରିଥିଲେ । କିନ୍ତୁ ମୋବାଇଲ ପରିବର୍ତ୍ତେ ତାଙ୍କ ପାଖକୁ ଏକ ୫ ଟଙ୍କିଆ ସାବୁନ ଆସି ପହଂଚିଛି ।

ତେବେ ପୋଲିସର କହିବା ଅନୁସାରେ ସେ ଫ୍ଲିପକାର୍ଟ ଏବଂ ଡେଲିଭରୀ ବଏ ନାମରେ ଏକ ମାମଲା ରୁଜୁ କରିଛନ୍ତି । ଏହା ସହିତ ସେ ଡେଲିଭରି ବଏକୁ ପଚରାଉଚରା କରିବେ ବୋଲି ମଧ୍ୟ କହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More