Only for Entertainment

କଫି ୱିଦ କରଣ ସିଜନ ୬ରେ ବିବାଦୀୟ ମନ୍ତବ୍ୟ ପାଇଁ ପୁଣି ଥରେ ସୋସିଆଲ ମିଡିଆରେ ଟ୍ରୋଲ ହେଲେ ହାର୍ଦ୍ଦିକ ପାଣ୍ଡ୍ୟା !

43

କଫି ୱିଦ କରଣ ଶୋ’ରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କେଏଲ ରାହୁଲଙ୍କ ବିବାଦୀୟ ମନ୍ତବ୍ୟ ପାଇଁ ଦୁହେଁ ମ୍ୟାଚରୁ ବ୍ୟାନ ହୋଇଥିଲେ । କିନ୍ତୁ ଏବେ ସେ ମ୍ୟାଚକୁ ପୁଣି ଫେରି ଯାଇଛନ୍ତି । ହେଲେ ଏବେ ପର୍ଯ୍ୟନ୍ତ ଏହି ଘଟଣାର ଅନ୍ତ ହୋଇନାହିଁ । ଏବେ ପାଣ୍ଡ୍ୟଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି । ନିକଟରେ ଜଣେ ଟ୍ୱିଟର ଅକାଉଂଟରେ ଏକ ଫଟୋ ଶେୟାର କରି ଲେଖିଛନ୍ତି ଯେ , ଏହି ମହିଳା ଜଣକ ପାଣ୍ଡ୍ୟାଙ୍କୁ ଲାଇକ କରନ୍ତି ନା ଘୃଣା କରନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ନିର୍ଦ୍ଦେଶକ କରଣ ଜୋହରଙ୍କ ଚାଟ ଶୋ କଫି ୱିଦ କରଣ ସିଜନ ୬ରେ ଗେଷ୍ଟ ହୋଇ ଆସିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କେଏଲ ରାହୁଲ । ଏହି ଶୋ’ ମାସେ ହୋଇଯିବ ଚ୍ୟାନେଲରେ ଆସିଥିଲା । ଝିଅଙ୍କ ପ୍ରତି ଶୋ’ରେ ବିବାଦୀୟ ବୟାନ ଦେଇ ଫସି ଯାଇଥିଲେ ଏହି ଦୁଇ ଭାରତୀୟ କ୍ରିକେଟର । ଯେଉଁକାରଣରୁ ଦୁହିଁଙ୍କୁ ଆଇପିଏଲ ମ୍ୟାଚରୁ ସସପେଣ୍ଡ କରାଯାଇଥିଲା । ଏବେ ଦୂହେଁ ମ୍ୟାଚକୁ ଫେରିଛନ୍ତି ଅବଶ୍ୟ ମାତ୍ର ଏ ପର୍ଯ୍ୟନ୍ତ ଏହି ବିବାଦ ଟଳି ନଥିବା ଦେଖିବାକୁ ମିଳିଛି ସୋସିଆଲ ମିଡିଆରେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More