Only for Entertainment

ଭାରତରେ୨୪ ପ୍ରତିଶତ ମହିଳା ଚାହାଁନ୍ତି ଦ୍ୱିତୀୟ ସନ୍ତାନ : ସର୍ଭେ

gossipncity
50

ଭାରତରେ ମାତ୍ର ୨୪ ପ୍ରତିଶତ ବିବାହିତ ମହିଳା ଦ୍ୱିତୀୟ ସନ୍ତାନ ଚାହାଁନ୍ତି । ଏକ ସର୍ଭେରୁ ଏହା ଜଣାପଡିଛି । ସରକାରୀ ତଥ୍ୟ ଅନୁସାରେ ଗତ ୧୦ ବର୍ଷ ମଧ୍ୟରେ ଏଥିରେ ୬୮ ପ୍ରତିଶତର ହ୍ରାସ ଦେଖିବାକୁ ମିଳିଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ନ୍ୟାସନାଲ ଫ୍ୟାମିଲି ହେଲଥ ସର୍ଭେରୁ ଏହା ଜଣାପଡିଛି । ୧୫ ରୁ ୪୯ବର୍ଷ ବୟସର ବିବାହିତ ମହିଳାଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା । ଏହି ମହିଳାଙ୍କ ମଧ୍ୟରୁ ମାତ୍ର ୨୪ ପ୍ରତିଶତ ମହିଳା ଦ୍ୱିତୀୟ ସନ୍ତାନ ଚାହୁଁଥିଲା ବେଳେ ୨୭ ପ୍ରତିଶତ ପୁରୁଷ ଦ୍ୱିତୀୟ ସନ୍ତାନ ଚାହୁଁଥିବା ଜଣାପଡିଛି ।

ବିଶେଷଜ୍ଞମାନଙ୍କ ମତରେ ଏହାର କାରଣ ହେଉଛି ଭଲ କ୍ୟାରିୟର, ସୁନ୍ଦର ଭାବେ ଜୀବନ ବିତାଇବା ଏବଂ ବିଳମ୍ବରେ ମାଆ ହେବା । ସହରରେ ରହୁଥିବା ଦମ୍ପତ୍ତିମାନେ ୩୦ ରୁ ୪୦ ବର୍ଷ ମଧ୍ୟରେ ଡାକ୍ତରଙ୍କ ପାଖକୁ ଯାଇ ସନ୍ତାନ ଜନ୍ମର ପ୍ଳାନିଂ କରିଥାନ୍ତି । ଅନେକ ମହିଳା ବିଳମ୍ବରେ ସନ୍ତାନ ଜନ୍ମ ଦେବାକୁ ପସନ୍ଦ କରିଥାନ୍ତି । କାରଣ ସେମାନେ ନିଜ କ୍ୟାରିୟର ଉପରେ ଅଧିକ ଜୋର ଦେଇଥାନ୍ତି । ଆଉ ବିଳମ୍ବରେ ବିବାହ କରିବାର ନିଷ୍ପତି ନେଇଥାନ୍ତି ।

baby

୨୦୧୧ ଜନଗଣନା ଅନୁସାରେ ଭାରତରେ ୫୪ ପ୍ରତିଶତ ମହିଳାଙ୍କର ଦୁଇଟି ସନ୍ତାନ ଥିଲାବେଳେ ୨୫ ରୁ ୨୯ ବର୍ଷ ମଧ୍ୟରେ ୧୬ ପ୍ରତିଶତ ମହିଳାଙ୍କର ଗୋଟିଏ ବି ସନ୍ତାନ ନଥିଲା । ସେହିପରି ପିଲାଙ୍କ ଭଲ ଭବିଷ୍ୟତକୁ ଦୃଷ୍ଟିରେ ରଖି ଅନେକ ମହିଳା ଦ୍ୱିତୀୟ ସନ୍ତାନ ଚାହୁଁନଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More