Only for Entertainment

ଶରୀର ପାଇଁ ଉପକାରୀ କମଳା,ପ୍ରତିଦିନ ଖାଦ୍ୟରେ ସାମିଲ କରନ୍ତୁ ।

hoachatdaiviet.com
47

ଫଳ ଶରୀର ପାଇଁ ଖୁବ ଲାଭଦାୟକ । ଏହା ନିହାତି ଭାବରେ ଆପଣ ଜାଣିଥିବେ । ତେଣୁ ସେଓ ଠାରୁ ଆରମ୍ଭ କରି ଅଙ୍ଗୁର,କଦଳୀ,ନାସପାତି ଆଦି ସମସ୍ତ ପ୍ରକାରର ଫଳକୁ ଆପଣ ଜଳଖିଆରେ ସାମିଲ କରନ୍ତି । କିନ୍ତୁ ଆପଣ ଜାଣନ୍ତି କି ଏଭଳି ଏକ ଫଳ ହେଉଛି କମଳା । କମଳାର ଏତେ ଉପକାରୀ ଗୁଣ ରହିଛି ଯାହାକୁ ଜାଣିବା ପରେ ଆପଣ କେବେ ମଧ୍ୟ ଏହାକୁ ସ୍କିପ କରିବେ ନାହିଁ ।

ବୟସ ବଢିବା ସହିତ ଦୃଷ୍ଟି ଶକ୍ତି କମିଯାଏ ଏହା ସମସ୍ତେ ଜାଣନ୍ତି । କିନ୍ତୁ ଆଜିକାଲି ବିଭିନ୍ନ ରସାୟନ ଯୁକ୍ତ ଖାଦ୍ୟ ଏବଂ ବା କୌଣସି ପ୍ରଦୂଷଣ ବା ଅଧିକାଂଶ ସମୟରେ ଯାନ୍ତ୍ରିକ ଜିନିଷ ଯେପରି ମୋବାଇଲ ବା କମ୍ପ୍ୟୁଟରର ବହୁଳ ବ୍ୟବହାର ଦ୍ୱାରା ଦୃଷ୍ଟ ଶକ୍ତି ଉପରେ ଖୁବ ଖରାପ ପ୍ରଭାବ ପଡ଼ୁଛି । ଧୀରେ ଦୂର ଦୃଷ୍ଟି ଏବଂ ସମୀପ ଦୃଷ୍ଟି ଭଳି ସମସ୍ୟାମାନ ଉପୁଜୁଛି । ତେଣୁ ଔଷଧ ଯଦିଓ ଏହାର ପ୍ରତିକାର,ତଥାପି ଖାଦ୍ୟର ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଯାହାକୁ ଖାଦ୍ୟରେ ପ୍ରତିଦିନ ସାମିଲ କଲେ ଏହି ସମସ୍ୟାରୁ ମୁକ୍ତି ମିଳେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More