Only for Entertainment

ଘରେ ପ୍ରସ୍ତୁତ କରନ୍ତୁ ଓରିଓ ଆଇସକ୍ରିମ ।

kitchme
0 47

ଆଇସକ୍ରିମ ଖାଇବାକୁ ସମସ୍ତେ ଭଲପଆନ୍ତି । ଘରେ,ବାହାରେ କିମ୍ବା କୌଣସି ପାର୍ଟିରେ ଆଇସକ୍ରିମର ଚାହିଦା ଖୁବ ଅଧକ । ତେବେ ଆଇସକ୍ରିମ ପାର୍ଲର ତ ସମସ୍ତେ ଯାଆନ୍ତି । କିନ୍ତୁ ଯଦି ଆପଣଙ୍କ ପସନ୍ଦର ଆଇସକ୍ରିମ ଆପଣ ନିଜେ ଘରେ ପ୍ରସ୍ତୁତ କରିପାରିବେ ତେବେ ନିଶ୍ଚିତ ଭାବରେ ଘରର ସଦସ୍ୟ ଖୁବ ଖୁସି ହେବେ । ତେବେ ଆପଣ ଯଦି ଆପଣଙ୍କ ଘର ସଦସ୍ୟଙ୍କୁ ଏହିଭଳି ଖୁସି କରିବାକୁ ଚାହାଁନ୍ତି ତେବେ ପ୍ରସ୍ତୁତ କରନ୍ତୁ ଓରିଓ ଆଇସକ୍ରିମ ।ଏହାର ପ୍ରସ୍ତୁତି ପ୍ରଣାଳୀ ଖୁବ ସହଜ ।

ଆବଶ୍ୟକୀୟ ସାମଗ୍ରୀ-୪୦୦ମିଲି କଣ୍ଡେନ୍ସଡ ମିଲ୍କ,୫୦୦ଗ୍ରାମ ହ୍ୱିପିଙ୍ଗ କ୍ରିମ,୧ଚାମଚ ଭାନିଲା ଏସେନ୍ସ,୧୨ ପିସ ଓରିଓ କୁକିଜ ।

ପ୍ରସ୍ତୁତି ପ୍ରଣାଳୀ- ଏହି ଡେଲିସିୟସ ଆଇସକ୍ରିମ ପ୍ରସ୍ତୁତି ପାଇଁ ପ୍ରଥମେ ଏକ ବାଉଲକୁ ୧୫ରୁ ୨୦ ମିନିଟ ପାଇଁ ଫ୍ରିଜରରେ ରଖନ୍ତୁ । କିଛି ସମୟ ପରେ ଥଣ୍ଡା ହୋଇଥିବା କ୍ରିମକୁ ଆଣନ୍ତୁ ଏବଂ ବାଉଲରେ ରଖନ୍ତୁ । ଏକ ହ୍ୟାଣ୍ଡ ହ୍ୱିସ୍କର କିମ୍ବା ବିଟର ସାହାଯ୍ୟରେ ଏହି କ୍ରିମକୁ ବିଟ କରନ୍ତୁ,ଏବଂ ଏହାକୁ ବହଳିଆ ହେବାକୁ ଦିଅନ୍ତୁ । ଏହାପରେ କଣ୍ଡେନ୍ସଡ ମିଲ୍କ ମିଶାନ୍ତୁ ଏବଂ ଭାନିଲା ଏସେନ୍ସ ମଧ୍ୟ । ସମସ୍ତ ଜିନିଷ ପକାଇ ସାରିବା ପରେ ତାହାକୁ ଇଲେକ୍ଟ୍ରିକ ବିଟର ସାହାଯ୍ୟରେ ବିଟ କରନ୍ତୁ । ଧ୍ୟାନ ରଖିବେ ଯେପରି କଣ୍ଡେନ୍ସଡ ମିଲ୍କ ଏବଂ ହ୍ୱିପିଙ୍ଗ କ୍ରିମ ଭଲଭାବରେ ମିଶିଥିବ । ତାହାପରେ ଓରିଓ ବିସ୍କୁଟକୁ ଗୁଣ୍ଡ କରି ପକାନ୍ତୁ । ଏହାକୁ ଭଲ ଭାବରେ ମିଶାନ୍ତୁ । ଏହି କୁକି ଏବଂ କ୍ରିମ ମିକ୍ସଚରକୁ ଏକ ବଡ଼ ପାତ୍ରରେ ଢାଲି ଖେଳାଇ ଦିଅନ୍ତୁ । ଏହାକୁ ଘୋଡ଼ାଇ ଫିଜରରେ ୬ରୁ ୮ ଘଂଟା ପର୍ଯ୍ୟନ୍ତ ରଖନ୍ତୁ । ଏହାକୁ ଲଂଚ କିମ୍ବା ଡିନର ପରେ ସର୍ଭ କରନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More