Only for Entertainment

ସପ୍ନାଙ୍କ ଶୋ’ରେ ବେକାବୁ ହେଲେ ଦର୍ଶକ । ହଙ୍ଗାମା ପରେ ଜଲଦି ଶୋ’କୁ ବନ୍ଦ କରିବାକୁ ପଡ଼ିଲା ।

jansatta
0 50

ବିଗବସ ସିଜନ ୧୧ରୁ ପ୍ରସିଦ୍ଧତା ଲାଭ କରିଥିବା ସପ୍ନା ଚୌଧରୀ ଯୋଦ୍ଧପୁରରେ ଲାଇଭ ଶୋ କରିବାକୁ ପହଂଚିଥିଲେ । ତାଙ୍କ ଡ୍ୟାନ୍ସ ଦେଖିବାକୁ ହଜାର ହଜାର ଲୋକ ଏକାଠି ହୋଇଥିଲେ । କିନ୍ତୁ ହଠାତ ସପ୍ନାଙ୍କୁ ଦେଖିାବୁ ଆସିଥିବା ଫ୍ୟାନ୍ସଙ୍କୁ ଭିଡ଼ ବେକାବୁ ହୋଇ ଯାଇଥିଲା । ଏହା ସହିତ ଲୋକମାନେ ଷ୍ଟେଜ ଉପରେ ଚଢିବାକୁୁ ଚେଷ୍ଟା କଲେ । କିନ୍ତୁ ଷ୍ଟେଜରେ ନ ଚଢିବାକୁ ସପ୍ନା ତାଙ୍କ ଫ୍ୟାନ୍ସଙ୍କୁ କହିଥିଲେ । ଏଥିପାଇଁ ସେ ଦର୍ଶକଙ୍କୁ କେତେଥର ଅନୁରୋଧ ମଧ୍ୟ କରିଥିଲେ । ଷ୍ଟେଜରେ ଚଢୁଥିବା ଲୋକଙ୍କୁ ସପ୍ନା ମା,ଭାଇ ଓ ଭଉଣୀ ଆଦିଙ୍କ ରାଣ ଦେଇଥିବା ପରେ ମଧ୍ୟ ଦର୍ଶକ ଶୁଣିନଥିଲେ । ଏହି ପ୍ରୋଗ୍ରାମ ପ୍ରାୟ ୩ ଘଂଟାର ଥିଲା କିନ୍ତୁ ଶୋ’କୁ ୫୦ ମିନିଟରେ ବନ୍ଦ କରାଯାଇଥିଲା ।

ଖବର ଅନୁସାରେ ଅର୍ଗାନାଇଜର ଏହି କାର୍ଯ୍ୟକ୍ରମ ପାଇଁ ପୋଲିସକୁ ଅନୁମତି ମାଗିଥିଲେ ଏବଂ ପୋଲିସ ମନା କରି ଦେଇଥିଲେ । ଏହାପରେ ସେ ହାଇକୋର୍ଟରେ ଯାଚିକା ଦାଖଲ କରିଥିଲେ । ଏହା ସହିତ କୁହାଯାଇଥିଲାଯେ ସପ୍ନାଙ୍କ ସୁରକ୍ଷା ପାଇଁ ପୋଲିସ ମୃତୟନ କରାଯାଉ । ଏହାପରେ କୋର୍ଟ ଆଦେଶ ଦେଇଥିଲେ । ଏହାପରେ ଅର୍ଗାନାଇଜର ପୋଳିସକୁ ୨ଲକ୍ଷ ୯୧ ହଜାର ଦେଇଥିଲେ କିନ୍ତୁ ପୋଲିସ ୮ ଲକ୍ଷ ୫୨ ହଜାର ଦାବି କରିଥିଲେ । ଏହାପରେ ପୋଲିସ ଚେକ ଫେରାଇ ଦେଇଥିଲେ । କିନ୍ତୁ ଶେଷରେ ଅର୍ଗାନାଇଜର ପ୍ରାଇଭେଟ କମ୍ପାନୀର ବାଉନ୍ସର୍ସକୁ ଡାକିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More