Only for Entertainment

ଓସ୍କାର ସମାରୋହରେ ଶ୍ରୀଦେବୀ ଏବଂ ଶଶି କପୁରଙ୍କୁ ଦିଆଗଲା ଶ୍ରଦ୍ଧାଂଜଳି ।

aajtak
0 39

କାଲିଫର୍ଣ୍ଣିୟାର ଡଲ୍ୱି ଥିଏଟରରେ ଆୟୋଜିତ ୯୦ ତମ ଓସ୍କାର ସମାରୋହରେ ବଲିଉଡର ଚାନ୍ଦନୀ ଶ୍ରୀଦେବୀ ଏବଂ ଶଶି କପୁରଙ୍କୁ ଶ୍ରଦ୍ଧାଂଜଳି ଦିଆଯାଇଛି । ଏହି ଆୟୋଜନରେ ହଲିଉଡର ହଲିଉଡର ପ୍ରସିଦ୍ଧ ବ୍ୟକ୍ତିମାନେ ମଧ୍ୟ ଉପସ୍ଥିତ ଥିଲେ । ଏହି ମଧ୍ୟରେ ଯେଉଁ ଗତ ବର୍ଷ ଦୁନିଆରୁ ବିଦାୟ ନେଇ ଯାଇଥିବା ତାରକାମାନଙ୍କୁ ପ୍ରସିଦ୍ଧ ଗାୟକ ଏଡି ବେଡର ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ ।

୯୦ ତମ ଓସ୍କାର ଆୱାର୍ଡ଼ ସମାରୋହରେ ଏପର୍ଯ୍ୟନ୍ତ କେତେକ ପୁରସ୍କାର ଘୋଷଣା କରାଯାଇଛି । ଏପର୍ଯ୍ୟନ୍ତ ସବୁଠାରୁ ଅଧିକ ୩ଟି ପୁରସ୍କାର କ୍ରିଷ୍ଟୋଫର ନୋଲାନଙ୍କ ଫିଲ୍ମ ଡନକର୍କ ଜିତିଛନ୍ତି । ଏହାକୁ ବେଷ୍ଟ ସାଉଣ୍ଡ ଏଡିଟିଙ୍ଗ,ବେଷ୍ଟ ସାଉଣ୍ଡ ମିକ୍ସିଙ୍ଗ ଏବଂ ବେଷ୍ଟ ଫିଲ୍ମ ଏଡିଟିଙ୍ଗର ପୁରସ୍କାର ଦିଆଯାଇଛି । ବେଷ୍ଟ ସପୋର୍ଟିଙ୍ଗ ଆକ୍ଟର ଆୱାର୍ଡ଼ ସାମ ରକବେଲ ଜିତିଛନ୍ତି । ବେଷ୍ଟ ସିନେମାଟୋଗ୍ରାଫର ରୋଜର ଡିକିନ୍ସ ଗ୍ରହଣ କଲେ । ବେଷ୍ଟ ନିର୍ଦ୍ଦେଶକ ପୁରସ୍କାର ଗ୍ରେଟା ଗେରବିଙ୍ଗଙ୍କୁ ଦିଆଯାଇଛି । ଏହା ତାଙ୍କୁ ଫିଲ୍ମ ଲେଡି ବର୍ଡ଼ ପାଇଁ ଦିଆଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More