Only for Entertainment

ଓସ୍କାର ୨୦୧୯: ଭାରତୀୟ ଫିଲ୍ମ ‘ପିରିୟଡ. ଏଣ୍ଡ ଅଫ ସେଣ୍ଟେନ୍ସ’କୁ ମିଳିଲା ଓସ୍କାର ଆୱାର୍ଡ, ହାପୁଡର ଝିଅମାନଙ୍କ ଉପରେ ଆଧାରିତ ଏହି ଫିଲ୍ମ

Times of India
101

ଓସ୍କାର ୨୦୧୯ରେ ଭାରତର ହାତକୁ ବଡ ସଫଳତା ଆସିଛି । ମହିଳାମାନଙ୍କ ମାସିକ ଧର୍ମ ଉପରେ ଆଧାରିତ ଫିଲ୍ମ ‘ପିରିୟଡ. ଏଣ୍ଡ ଅଫ ସେଣ୍ଟେନ୍ସ’କୁ ୯୧ ତମ ଏକାଡୋମୀ ଆୱାର୍ଡସରେ ଶ୍ରେଷ୍ଠ ଡକ୍ୟୁମେଣ୍ଟ୍ରୀର ଆୱାର୍ଡ ମିଳିଛି । ଫିଲ୍ମର କାହାଣୀ, ସବଜେକ୍ଟ ଏଓବଂ ଷ୍ଟାରକାଷ୍ଟ ଭାରତୀୟ ଅଟନ୍ତି । ଏହି ଡକ୍ୟୁମେଣ୍ଟ୍ରୀ ଉତ୍ତର ପ୍ରଦେଶର ହାପୁଡର ଝିଅମାନଙ୍କ ଜୀବନ ଉପରେ ଆଧାରିତ । ଫିଲ୍ମରେ ଦର୍ଶାଯାଇଛି ଯେ କିପରି ଆଜି ମଧ୍ୟ ଆମ ସମାଜରେ, ଗାଁରେ ପରିୟଡକୁ ନେଇ ଲାଜ ଏବଂ ଡର ରହିଛି । ଏହା ସହିତ ମାହାମାରୀ ପରି ରୋଗକୁ ନେଇ ଲୋକଙ୍କ ମଧ୍ୟରେ ଏବେ ମଧ୍ୟ କପରି ଜାଗୃତ ନାହାଁନ୍ତି ।

ଏହି ଡକ୍ୟୁମେଣ୍ଟ୍ରୀ ୨୫ ମିନିଟର ଅଟେ । ଫିଲ୍ମର ନିର୍ଦ୍ଦେଶନା Rayka Zehtabchi ଦେଇଥିବା ବେଳେ ଏହାର ଏଗ୍ଜ୍ୟୁକ୍ୟୁଟିଭ ପ୍ରଡ୍ୟୁସର ହେଉଛନ୍ତି ଗୁନୀତା ମୋଙ୍ଗା । ଓସ୍କାର ଜିତିବା ପରେ ଗୁନୀତା ମୋଙ୍ଗା ଟ୍ୱିଟ କରି କହିଥିଲେ, ‘ଆମେ ଜିତି ଗଲେ, ଏହି ଦୁନିଆର ସମସ୍ତ ଝିଅ ଦେବୀ ଅଟନ୍ତି । ଯଦି ସ୍ୱର୍ଗ ଶୁଣିଥାଏ ।’

ଫିଲ୍ମର କାହଣୀ ବିଷୟରେ କହିବାକୁ ଗଲେ, ଫିଲ୍ମର ଆରମ୍ଭରୁ ଗାଁର କିଛି ଝିଅ ମାନଙ୍କୁ ପରିୟଡ କ’ଣ ବୋଲି ପ୍ରଶ୍ନ କରାଯାଇଥାଏ । ଏହି ପ୍ରଶ୍ନ ଶୁଣି ସେମାନେ ଲାଜେଇ ଯାଆନ୍ତି । ଏହା ପରେ କିଛି ପୁଅ ମାନଙ୍କୁ ସେହି ସମାନ ପ୍ରଶ୍ନ ପଚରାଯାଏ । ଏହି ପ୍ରଶ୍ନରେ ସମସ୍ତ ଭିନ୍ନ ଭିନ୍ନ ଉତ୍ତର ଦେଇଥାନ୍ତି । ଜଣେ କୁହେ ପରିୟଡ ହେଉଛି ଯାହା ସ୍କୁଲରେ ଘଣ୍ଟି ବାଡିବା ପରେ ଆରମ୍ଭ ହୋଇଥାଏ । ଅନ୍ୟ ଜମେ କହେଁ ଏହା ଏକ ରୋଗ ଯାହା ମହିଳାମାନଙ୍କୁ ହୋଇଥାଏ ।

ଫିଲ୍ମର କାହଣୀରେ ହାପୁଡର ସ୍ନେହାଙ୍କ ମୁଖ୍ୟ ଭୂମିକା ରହିଛି । ସେ ପୋଲିସରେ ଭର୍ତ୍ତି ହେବାକୁ ଚହେଁ । ପରିୟଡକୁ ନେଇ ତା’ ଭାବନା ଅଲଗା ରହିଛି । ସ୍ନେହାର କହିବା ଅନୁସାରେ ଦୁର୍ଗାଙ୍କୁ ଦେବୀ ମା’ କୁହାଯାଏ ତେବେ ପରିୟଡରେ ମହିଳାମାନଙ୍କୁ ମନ୍ଦିରକୁ ଯିବା ପାଇଁ କାହିଁକି ବାରଣ କରାଯାଏ । ଏହି ଡକ୍ୟୁମେଣ୍ଟ୍ରୀ ଫିଲ୍ମକୁ ଫଲାଇ ନାମକ ଏକ ସଂସ୍ଥା ଏବଂ ରିୟଲ ଲାଅଫ ପ୍ୟାଡମ୍ୟାନ ଅରୁଣାଚଳମ ମରଙ୍ଗନାଥମଙ୍କ ଏଣ୍ଟ୍ରି ମଧ୍ୟ ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More