Only for Entertainment

ରିଲିଜ ହେଲା ଭାରତର ଟିଜର, ଶୁଣିବାକୁ ମିଳିଲା ସମ୍ପର୍କକୁ ନେଇ ଦମଦାର ଡାଏଲଗ !

The Indian Express
0 37

୭୨ତମ ସ୍ୱାତନ୍ତ୍ରତା ଦିବସରେ ସଲମାନ ଖାନଙ୍କ ଆଗାମୀ ଫିଲ୍ମ ଭାରତର ଟିଜର ରିଲିଜ ହୋଇଛି । ସଲମାନ ଖାନ ନିଜେ ଟ୍ୱିଟରରେ ଫିଲ୍ମ ‘ଭାରତ’ର ଟିଜର ରିଲିଜ କରିଛନ୍ତି । ଭିଡିଓରେ ସଲମାନ ଖାନ ନଜର ଆସିନାହାନ୍ତି , କିନ୍ତୁ ତାଙ୍କର ସ୍ୱର ଶୁଣିବାକୁ ମିଳୁଛି । ଟିଜରର ଡାଏଲଗରୁ ପରିଷ୍କାର ଜଣା ପଡୁଛି ଯେ ଫିଲ୍ମ ‘ଭାରତ’ର କାହାଣୀ ସମ୍ପର୍କ ଉପରେ ଆଧାରିତ ହେବ ।

ଏଠାରେ ଆମେ କହି ରଖୁଛୁ ଯେ ଫିଲ୍ମରେ ଦବଙ୍ଗ ଖାନଙ୍କ ଯୋଡି କ୍ୟାଟ୍ରିନା କୈଫଙ୍କ ସହ ଜମିବ । ଅଲ୍ଲି ଅବାସ ଜଫରଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହେଉଥିବା ଏହି ଫିଲ୍ମରେ ତବୁ, ଦିଶା ପାଟନୀ, ନୋରା ଫତେହି, ସୁନୀଲ ଗ୍ରୋବର ମୁଖ୍ୟ ଭୂମିକାରେ ନଜର ଆସିବେ । ସଲମାନ ଏବେ ଫିଲ୍ମ ସୁଟିଂ ପାଇଁ ମାଲ୍ଟାରେ ବ୍ୟସ୍ତ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More