Only for Entertainment

ମହିଳାଙ୍କ ପେଟରୁ ବାହାରିଲା ଦେଢ କିଲୋଗ୍ରାମ ଅଳଙ୍କାର ଓ ମୁଦ୍ରା

sondakika
96

ପଶ୍ଚିମବଙ୍ଗରେ ଜଣେ ମହିଳାଙ୍କ ପେଟରୁ ଗହଣା ଓ ମୁଦ୍ରା ବାହାରିଥିବା ଜଣାଯାଇଛି। ଜଣେ ଚିକିତ୍ସକ କହିଛନ୍ତି ଯେ ପଶ୍ଚିମବଙ୍ଗର ବୀରଭୂମି ଜିଲ୍ଲାର ସରକାରୀ ଡାକ୍ତରଖାନାରେ ମାନସିକ ସ୍ତରରେ ଅସ୍ଥିର ଜଣେ ମହିଳାଙ୍କ ପେଟରୁ ଦେଢ କିଲୋଗ୍ରାମ ଓଜନର ଅଳଙ୍କାର ଓ ମୁଦ୍ରା ବାହାର କରାଯାଇଛି।

ରାମପୁରହାଟରେ ଥିବା ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲର ସର୍ଜରି ବିଭାଗର ମୁଖ୍ୟ ଡାକ୍ତର ସିଦ୍ଧାର୍ଥ ବିଶ୍ୱାସ କହିଛନ୍ତି ଯେ ଜଣେ ୨୬ ବର୍ଷୀୟ ମହିଳାଙ୍କ ପେଟରୁ ୫ ଟଙ୍କିଆ ଓ ୧୦ ଟଙ୍କିଆ ୯୦ ଟି ମୁଦ୍ରା ,ଚେନ୍‌ ,ନାକଗୁଣା,ଚୁଡ଼ି ଓ ପାଉଁଜି ଆଦି ଅଳଙ୍କାର ଓ ଘଣ୍ଟା ବାହାର କରାଯାଇଛି। ତେବେ ଏହି ଅଳଙ୍କାର ଭିତରୁ ଅଧିକାଂଶ ତମ୍ବା ଓ ପିତ୍ତଳରେ ତିଆରି ବୋଲି କୁହାଯାଇଛି। ଏଥିରେ ଅବଶ୍ୟ କିଛି ସୁନା ଅଳଙ୍କାର ବି ଥିଲା ବୋଲି ଡାକ୍ତର ସିଦ୍ଧାର୍ଥ ବିଶ୍ୱାସ କହିଛନ୍ତି ।

ମହିଳାଙ୍କ ମାଆଙ୍କ କହିବା ଅନୁଯାୟୀ ଘରୁ ଅଳଙ୍କାର ଗାଏବ ହୋଇଯାଉଥିବାରୁ ଲକ୍ଷ୍ୟ କରୁଥିଲେ,ହେଲେ ସେ ଜାଣି ନଥିଲେ ତାଙ୍କ ଝିଅ ଏସବୁ ଖାଇ ଦେଉଛି। ଗତକାଲି ଉକ୍ତ ଯୁବତୀଙ୍କର ଅସ୍ତ୍ରୋପଚାର ପରେ ଏହା ସାମ୍ନାକୁ ଆସିଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More