Only for Entertainment

ଫିଲ୍ମ ପ ସେ ପ୍ୟାର ଏଫ ସେ ଫରାର ଦମଦାର ଟ୍ରେଲର ରିଲିଜ, ଦେଖିବାକୁ ମିଳିଲା ସମାଜର କଡା ସତ !

41

ଫିଲ୍ମ ପ ସେ ପ୍ୟାର ଏଫ ସେ ଫରାର ଦମଦାର ଟ୍ରେଲର ଆଜି ରିଲିଜ ହୋଇଛି । ଟ୍ରେଲରରେ ସମାଜକୁ ନେଇ କଡା ସତ ଦେଖିବାକୁ ମିଳିଛି । ଫିଲ୍ମରେ ଜିମି ସେରଗିଲ, ଭାବେଶ କୁମାର, ସଂଜୟ ମିଶ୍ର ଏବଂ ଗିରୀଶ କୁଲକର୍ଣ୍ଣିଙ୍କ ଭଳି ଶାନଦାର କଳାକାର ନଜର ଆସିବେ । ଏହି ଫିଲ୍ମ ୧୮ଅକ୍ଟୋବରରେ ସିନେମାଘରେ ରିଲିଜ ହେବାକୁ ଯାଉଛି ଏହି ଫିଲ୍ମ ।

ପ ସେ ପ୍ୟାର ଏଫ ସେ ଫରାରର ଟ୍ରେଲର ଆରମ୍ଭରେ ଦେଖିବାକୁ ମିଳିଛି ଯେ ମଥୁରା ଭିତରେ ଅନ୍ୟ ଜାତି ଏବଂ ଧର୍ମରେ ଭଲ ପାଉଥିବା ଲୋକଙ୍କୁ ଦଣ୍ଡ ଦିଆଯାଉଛି । ଏହାପରେ ଏହି ଫିଲ୍ମରେ ବଲିଉଡରେ ଡେବ୍ୟୁ କରୁଥିବା ଭାବେଶ କୁମାରଙ୍କୁ ଦେଖିବାକୁ ମିଳିଛି, ଯିଏ କି ଜଣେ ଆଥଲେଟ ଅଟନ୍ତି । ଯାହାଙ୍କୁ ଅନ୍ୟ ଜାତିର ଝିଅ ସହ ପ୍ରେମ ହୋଇଯାଉଛି । ଦୁହିଁଙ୍କ ପରିବାର ଲୋକ ଏସମ୍ପର୍କରେ ଜାଣିବା ପରେ ଦୁହେଁ ଗାଁ ଛାଡି ଅନ୍ୟ ସହରକୁ ଫେରାର ହୋଇଯାଉଛନ୍ତି ।

ଏହାପରେ ଭାବେଶ କୁମାର ଜାତି-ଧର୍ମକୁ ନେଇ ଥିବା ଭେଦଭାବକୁ ସମାପ୍ତ କରିବା ପାଇଁ ପ୍ରୟାସ କରିବେ ବୋଲି ନିର୍ଣ୍ଣୟ କରିଛନ୍ତି । ଦେଖନ୍ତୁ ଭିଡିଓ-

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More