Only for Entertainment

ବାଦଶାହଙ୍କ ଗୀତ ‘ପାଗଲ’ରେ ଶାହରୁଖ-କାଜୋଲଙ୍କ ଜବରଦସ୍ତ ଡ୍ୟାନ୍ସ, ଭିଡିଓ ଦେଖି କରଣ ଜୋହର ଦେଲେ ଏପରି ରିଆକ୍ସନ

google
88

ବଲିଉଡ ର‌୍ୟାପର ବାଦଶାହ ନିଜର ନୂଆ ଗୀତ ‘ପାଗଲ’ ଜରିଆରେ ପୂରା ମ୍ୟୁଜିକ ଦୁନିଆରେ ଛାଇଯାଇଛନ୍ତି । ଗୀତ ‘ପାଗଲ’ ଜରିଆରେ ବାହଶାହ କେବଳ ନିଜ ଫ୍ୟାନ୍ସଙ୍କୁ ଖୁସି କରାଇଛନ୍ତି ତାହା ନୁହେଁ ଏ ହି ଗୀତରେ ସେ ବିଶ୍ୱ ରେକର୍ଡ ମଧ୍ୟ ବନାଇଛନ୍ତି । ନିଜର ଏହି ନୂଆ ଗୀତ ଜରିଆରେ ବାଦଶାହ କୋରିଅନ ବ୍ୟାଣ୍ଡ ବିଟିଏସଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି ।

ନିକଟରେ ବାହଶାହ ‘ପାଗଲ’ ଗୀତ ସହିତ ନୂଆ ଏକ୍ସପେରିମେଣ୍ଟ କରିଛନ୍ତି । ଏହି ଏକ୍ସପେରିମେଣ୍ଟରେ ବାଦଶାହ ନିଜର ନୂଆ ଗୀତକୁ କରଣ ଜୋହରଙ୍କ ଫିଲ୍ମ ‘କଭି ଖୁସି କଭି ଗମ’ର ଗୀତ ‘ବନୋ କି ସହେଲୀ’ ସହିତ ଯୋଡିଛନ୍ତି । ବାଦଶାହଙ୍କ ଏହି ନୂଆ ଏକ୍ସପେରିମେଣ୍ଟ ଖୁବ ମଜାଦାର ହୋଇଛି ।

 

 

View this post on Instagram

 

So we somehow managed to get @iamsrk and @kajol to do another video for PAAGAL. Lol dekho aur bataao kaisa lagaa ??

A post shared by BADSHAH (@badboyshah) on

ଏହି ଭିଡିଓକୁ ବାଦଶାହ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଭିଡିଓକୁ ଦେଖିଲେ ଲାଗୁଛି କାଜୋଲ- ଶାହରୁଖ ଯେପରି ବାହଶାହଙ୍କ ଗୀତ ‘ପାଗଲ’ର ଲିରିକ୍ସ ଏବଂ ମ୍ୟୁଜିକରେ ତାଳ ଦେଇ ଡ୍ୟାନ୍ସ କରୁଛନ୍ତି । ଭିଡିଓ ସେୟାର କରି ବାଦଶାହ ଲେଖିଛନ୍ତି, ‘ପାଗଲ’ର ଆଉ ଏକ ଭିଡିଓ ପାଇଁ ଶାହରୁଖ ଏବଂ କାଜୋଲଙ୍କୁ ମନାଇନେଇଛୁ । ଭିଡିଓ ଦେଖି କୁହନ୍ତୁ କିପରି ହୋଇଛି । ଏହି ଭିଡିଓରେ ଖୋଦ କରଣ ଜୋହର ମଧ୍ୟ କମେଣ୍ଟ କରିଛନ୍ତି । କମେଣ୍ଟରେ କରଣ ଜୋହର ଆଖିରେ ହାର୍ଟ ଥିବା ଇମେଜୀ ପୋଷ୍ଟ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More