Only for Entertainment

ଭାଇରାଲ ହେବାରେ ଲାଗିଛି ଅଭିନେତ୍ରୀଙ୍କ ଏହି ଫଟୋ

ndtv
0 45

ମା’ କେବଳ ଏକ ଶବ୍ଦ ନୁହେଁ ଏକ ବିଶ୍ୱାସ, ଏକ ଅନୁଭବ ଏବଂ ଏକ ପବିତ୍ର ବନ୍ଧନ ଅଟେ । ମା ଶବ୍ଦରେ ଅନେକ ଭଲ ପାଇବା ଲୁଚି ରହିଥାଏ । ମା’ ଶବ୍ଦ ହୁଏତ ଖୁବ ଛୋଟ ମାତ୍ର ଏହା ସମ୍ପୂର୍ଣ୍ଣ ଅଟେ ଯାହାର ତୁଳନା କରିବା ଅସମ୍ଭବ ଅଟେ । ମା’ ଭଗବାନଙ୍କର ଏକ ମୂଲ୍ୟବାନ ଉପହାର ଅଟେ । ମା’ କେବେ ହେଲେ ବି ଛୁଆର ଅମଙ୍ଗଳ ଚିନ୍ତା କରେ ନାହିଁ । ମା’ର ମମତା ତା ଛୁଆ ପାଇଁ କେବେ କମେ ନାହିଁ । ସେ ଅଭିନେତ୍ରୀ ହୁଅନ୍ତୁ କି ସାଧାରଣ ମହିଳା ନିଜ ଛୁଆ ପ୍ରତି ସମସ୍ତଙ୍କର ଅହେତୁକ ଭଲପାଇବା ରହିଥାଏ । ଏହାର ଉଦାହରଣ ଏବେ ଦେଖିବାକୁ ମିଳିଛି । ‘ମଦର୍ସ ଡେ’ର ଗୋଟଏ ଦିନ ପୂର୍ବରୁ ନିକଟରେ ମା’ ହୋଇଥିବା ଅଭିନେତ୍ରୀ ପଦ୍ମା ଲକ୍ଷ୍ମୀ ଝିଅକୁ ବ୍ରେଷ୍ଟ ଫିଡିଙ୍ଗ କରାଉଥିବାର ଏକ ଫଟୋ ସେୟାର କରିଛନ୍ତି ।

 

ପଦ୍ମା ଲକ୍ଷ୍ମୀ ଏହି ଫଟୋକୁ ନିଜ ଟୁଇଟର ଆକାଉଣ୍ଟରେ ସେୟାର କରିଛନ୍ତି । ଫଟୋରେ ବ୍ରେଷ୍ଟ ଫିଡିଙ୍ଗ କରାଇବା ସହିତ ସେ ମେକଅପ କରୁଥିବାର ମଧ୍ୟ ଦେଖିବାକୁ ମିଳିଛି । ଏହି ଫଟୋ ମଧ୍ୟମରେ ସେ ଜଣେ ମା’ କିପରି ଏକା ସହିତ ଅନେକ କାମ କରିପାରେ ତାହାକୁ ଦର୍ଶାଇଛନ୍ତି ।

ପଦ୍ମା ଲକ୍ଷ୍ମୀଙ୍କ ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋବାରେ ଲାଗିଛି । ଏହା ସହିତ ସେ କ୍ୟାପସନରେ ଲେଖିଛନ୍ତି ‘ମଲଟିଟ୍ୟାକ୍ସିଂ’ । ଏହା ପୂର୍ବରୁ ମଧ୍ୟ ସାଉଥ ଅଭିନେତ୍ରୀ ଗିଲୁ ଜୋସେଫ ମଧ୍ୟ ବ୍ରେଷ୍ଟ ଫିଡିଂ କରାଇ ମ୍ୟାଗାଜିନ ପାଇଁ ଫଟୋ ସୁଟ କରାଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More