Only for Entertainment

ପଦ୍ମଶ୍ରୀ ଶିଶିର ମିଶ୍ରଙ୍କ ଓଡ଼ିଆ ଏବଂ ହିନ୍ଦୀ ସିନେମା ସଂପର୍କରେ ।

actiononframes.com
0 53

ଖୁବ୍‌ ଖୁସିର କଥା ଯେ ଲୋକପ୍ରିୟ ନିର୍ଦ୍ଦେଶକ ଶିଶିର ମିଶ୍ରଙ୍କୁ ଭାରତ ସରକାର ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିବେ। ଆସନ୍ତୁ ଜାଣିବା ଯେ କେଉର୍ ସିନେମା ନିଆରି କରିଛନ୍ତି। ଶିଶିର ମିଶ୍ରଙ୍କ ନିର୍ଦ୍ଦେଶିତ ପ୍ରଥମ ସିନେମା ହେଲା ‘ସିନ୍ଦୁର ବିନ୍ଦୁ’। ତାପରେ ସେ ନିର୍ମାଣ କରିଥିଲେ ସୁନା ସଂସାର’। ତାପରେ ତାଙ୍କ ନିର୍ଦ୍ଦେଶିତ ମଲ୍‌ଟିଷ୍ଟାରର ଫିଲ୍ମ ‘ସମୟ ବଡ଼ ବଳବାନ’ ରିଲିଜ୍‌ ହୋଇଥିଲା। ଏଥିରେ ଉତ୍ତମ ମହାନ୍ତି, ବିଜୟ ମହାନ୍ତି, ଶ୍ରୀରାମ ପଣ୍ଡା, ମହାଶ୍ୱେତା , ଦୁଃଖୀରାମ ସ୍ୱାଇଁ ପ୍ରମୁଖ ଅଭିନୟ କରିଥିଲେ ମୁଖ୍ୟ ଭୂମିକାରେ। ଏହାପରେ ସେ ‘ ସୁବର୍ଣ୍ଣ ସୀତା’, ଏଇ ଆମ ସଂସାର, ବସ୍ତ୍ରଗ୍ରହଣ, ସୁନା ଭାଉଜ ଏବଂ ସାବତ ମା’ ଭଳି ଓଡ଼ିଆ ଛବିର ନିର୍ଦ୍ଦେଶନା ଦେଇଥିଲେ । ଅଧିକାଂଶ ସିନେମାର କାହାଣୀ ଓ ଚିତ୍ରନାଟ୍ୟ ମଧ୍ୟ ରଚନା କରିଛନ୍ତି ନିଜେ ଶିଶିର ମିଶ୍ର ।

ଶିଶିର ମିଶ୍ରଙ୍କ ନିର୍ଦ୍ଦେଶିତ ପ୍ରଥମ ହିନ୍ଦୀ ସିନେମା ଥିଲା ‘ ଭିଗି ପଲକେଁ ’  । ରାଜବବର ଓ ସ୍ମିତା ପାଟିଲ ଏଥିରେ ମୁଖ୍ୟ ଭୂମିକାରେ ଥିଲେ। ତା’ପରେ ସେ ବିଲୁ ବାଦଶାହା , ସମୟ କୀ ଧାରା, ଟାଡା ଓ ‘ ଅସୀମା’ ଭଳି ହିନ୍ଦୀ ସିନେମାର ନିର୍ଦ୍ଦେଶନା ଦେଇଛନ୍ତି । ତାଙ୍କ ନିର୍ଦ୍ଦେଶିତ ତଥା ମୁକ୍ତିପ୍ରାପ୍ତ ଶେଷ ହିନ୍ଦୀ ସିନେମା ‘ ଅସୀମା’ ରେ ଲଗାନ୍‌ ଫେମ୍‌ ଗ୍ରେସି ସିଂହ, ସିଦ୍ଧାନ୍ତ ମହାପାତ୍ର, ମିହିର ଦାସ ଓ ଅନୀତା ଦାସ ପ୍ରମୁଖ ଅଭିନୟ କରିଥିଲେ । ନିର୍ଦ୍ଦେଶକ ଶିଶିର ମିଶ୍ରଙ୍କୁ ୨୦୦୬ ମସିହାରେ ଓଡ଼ିଶା ସରକାର ଚଳଚିତ୍ର ଜଗତରେ ସର୍ବୋଚ୍ଚ ସମ୍ମାନ ଜୟଦେବ ପୁରସ୍କାରରେ ମଧ୍ୟ ସମ୍ମାନିତ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More