Only for Entertainment

୨୫ ଜାନୁଆରୀରେ ପରଦାକୁ ଆସିବ ବହୁ ପ୍ରତୀଷିତ ଫିଲ୍ମ ‘ପଦ୍ମାବତ୍’

Forbes
0 51

ସଂଜୟ ଲୀଲା ଭଂସାଲୀଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ପଦ୍ମାବତ’ଶେଷରେ ପରଦାକୁ ଆସିବ । ଏହାର ଅଫିସିୟାଲ ରିଲିଜ ଡେଟ ଜାରୀ କରି ଦିଆଯାଇଛି । ଏହି ଫିଲ୍ମ ୨୫ ଜାନୁଆରୀକୁ ସିନେମା ଘରେ ପ୍ରଦର୍ଶତ କରାଯିବ । ଫିଲ୍ମକୁ ହିନ୍ଦି, ତାମିଲ ଓ ତେଲଗୁ ଭାଷାରେ ରିଲିଜ କରାଯିବ । ଫିଲ୍ମର ଲିଡ କଳାକାର ରଣବୀର ସିଂ, ଦୀପିକା ପାଦୁକୋନ ଓ ଶାହୀଦ କପୁର ନିଜର ଅଫିସିୟାଲ ଆକାଉଣ୍ଟରେ ଟୁଇଟ କରି ଫିଲ୍ମ ରିଲିଜ ବିଷୟରେ ସୂଚନା ଦେଇଥିଲେ । ଫିଲ୍ମକୁ ନେଇ ଅନେକ ଦିନରୁ ବିବାଦ ଚାଲିଥିଲା ।

ଫିଲ୍ମକୁ ଦର୍ଶକମାନେ ଉତ୍ସୁକତାର ସହିତ ଅନେକ ଦିନକୁ ଅପେକ୍ଷା କରି ରହିଛନ୍ତି । ଏହା ସହିତ ଫିଲ୍ମର ନିର୍ମାତା ଫିଲ୍ମର ନୂଆ ଟାଇଟଲ ସହିତ ଫିଲ୍ମର ପୋଷ୍ଟକୁ ମଧ୍ୟ ପ୍ରକାଶ କରିଛନ୍ତି । ସେଂସର ବୋର୍ଡ ୫ଟି ପରିବର୍ତ୍ତନ ସହିତ ଫିଲ୍ମକୁ ୟୁ/ଏ ସାର୍ଟିଫିକେଟ ପ୍ରଦାନ କରିଛନ୍ତି । ସଂଜୟ ଲୀଲା ଭଂସାଲୀଙ୍କର ଏହି ଫିଲ୍ମ ଦେଶର ପ୍ରଥମ ହିନ୍ଦୀ ଫିଲ୍ମ ଭାବେ ଆଇମ୍ୟାକ୍ସ ୩ଡି ହିନ୍ଦୀରେ ରିଲିଜ କରାଯିବ । ଏହାର ସୂଚନା ଫିଲ୍ମର ପ୍ରଡକ୍ସନ ହାଉସ ଭିୟାକମ ୧୮ ମୋସନ୍ ପିକଚର୍ସ ଏବଂ ଭଂସାଲୀ ପ୍ରଡକ୍ସନ ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ସଂଜୟ ଲୀଲା ଭଂସାଲୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୧ ଡିସେମ୍ବରକୁ ରିଲିଜ ହେବାର ଥିଲା ମାତ୍ର ଏହାର କାହାଣୀକୁ ନେଇ ପୁରା ଦେଶରେ ବିରୋଧ କାରଣରୁ ଏହାର ରିଲିଜ ଡେଟକୁ ଘୁଚାଂଇ ଦିଆଯାଇଥିଲା । ନିକଟରେ ସିବିଏଫସି ଫିଲ୍ମର ନାମ ପରିବର୍ତ୍ତନ କରିବାକୁ ଆଦେଶ ଦେଇଥିଲେ । ତେଣୁ ଏହାର ପୂର୍ବ ନାମକୁ ପରିବର୍ତ୍ତନ କରାଯାଇ ‘ପଦ୍ମାବତ’ ରଖାଯାଇଛି । ଏବଂ ଫିଲ୍ମର ଆରମ୍ଭରୁ ନିର୍ମାତାଙ୍କ ପକ୍ଷରୁ ଏକ ଡିସକ୍ଲାମର ଦିଆଯିବ ଯେଉଁଥିରେ ସ୍ପଷ୍ଟିକରଣ କରାଯିବ ଯେ ଏହା କୌଣସି ଐତିହାସିକ ବିଷୟ ଉପରେ ଆଧାରିତ ନୁହେଁ । ବର୍ତ୍ତମାନ ଏହି ଫିଲ୍ମ ୨୫ ଜାନୁଆରୀରେ ରିଲିଜ ହେବ । ଏହି ଫିଲ୍ମର ଟକ୍କର ଅକ୍ଷୟ କୁମାରଙ୍କ ଫିଲ୍ମ ‘ପ୍ୟାଡ ମ୍ୟାନ’ ସହିତ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More