Only for Entertainment

ସଲମାନ-କାଜୋଲଙ୍କ ଗୀତରେ ଜନ୍-ଇଲିଆନଙ୍କ ରୋମାନ୍ସ, ରିଲିଜ ହେଲା ‘ପାଗଲପନ୍ତି’ର ପ୍ରଥମ ଗୀତ

Latestly
55

ପୁରୁଣା ଗୀତରେ ନୂଆ ଯୋଡିଙ୍କ ପରଫରମାନ୍ସ । ସଲମାନ-କାଜୋଲଙ୍କ ଗୀତରେ ଜନ୍-ଇଲିଆନଙ୍କ ରୋମାନ୍ସ । ଏଭଳି କିଛି ଦେଖିବାକୁ ମିଳିଛି ଫିଲ୍ମ ‘ପାଗଲପନ୍ତି’ ନୂଆ ଗୀତରେ । ‘ପ୍ୟାର କିୟା ତୋ ଡର ନା କ୍ୟା’ର ଗୀତକୁ ପାଗଲପନ୍ତିରେ ରିକ୍ରିଏସନ କରାଯାଇଛି ।

ଗୀତରେ ଷ୍ଟାରଯୋଡିଙ୍କ ରୋମାନ୍ସ ସହ ହାଲକାଫୁଲକା କମେଡିକୁ ମଧ୍ୟ ସ୍ଥାନ ଦିଆଯାଇଛି । ସବୀର ଏହେମଦଙ୍କ ସଂଗୀତରେ ସଜାଇନ୍ତି ତନିସ୍କ ବାଗଚୀ । ମିକା ସିଂ ଓ ନେହା କକ୍କରଙ୍କ ଆୱାଜ ରହିଛି ଏହି ରିମିକ୍ସରେ । ଗୀତର କୋରିଓଗ୍ରାଫି ଦାୟିତ୍ୱ ତୁଳାଇଛନ୍ତି ଗଣେଷ ଆଚାର୍ଯ୍ୟ ।

ଫିଲ୍ମରେ ମୁଖ୍ୟ ଭୁମିକାରେ ଅନୀଲ କପୁର, ଜନ ଆବ୍ରାହମ, ଅରଶଦ ୱାରସି, ସୌରଭ ଶୁକ୍ଳା, ଫୁଲକିତ ସମ୍ରାଟ, ଇଲିଆନ ଡିକୁଜ,କୃତି ଖରବନ୍ଦା, ଉର୍ବଶୀ ରୌତେଲା ପ୍ରମୁଖଙ୍କ ଅଭିନୟ ରହିଛି । ଆକ୍ସନ ରୋଲରୁ ବ୍ରେକ ନେଇ ଜନ ଏଥରକ କମେଡି ମଇଦାନକୁ ଓହ୍ଲାଇଛନ୍ତି । ଅନୀସ ବାଜମୀଙ୍କ ନିର୍ଦ୍ଦେଶିତ ପାଗଳପଂତି ଫିଲ୍ମ ନଭେମ୍ବର ୨୨ରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More