Only for Entertainment

ପଖାଳ କରୁଛି ପାଗଳ । କେବଳ ପାଲଟଣା ନୁହେଁ ଫାଇଭଷ୍ଟାର ହୋଟେଲରେ ବି ପଖାଳର ଚାହିଦା ।

wikipedia
0 61

ପଖାଳ କହିବାକୁ ଆଗରୁ ଲୋକଙ୍କୁ ଲାଜ ଲାଗୁଥିଲା, କାରଣ ଶାଗ ପଖାଳ ଥିଲା ଗରିବ ଏବଂ ଖଟିଖିଆଙ୍କ ଖାଦ୍ୟ । ମାତ୍ର ପରିବର୍ତ୍ତନଶୀଳ ସମୟକୁ ନେଇ ଲୋକଙ୍କ ଧାରଣାରେ ମଧ୍ୟ ପରିବର୍ତ୍ତନ ଦେଖାଦେଲାଣି । ଖରା ଦିନ ଆସିବା କ୍ଷଣି ଘରେ ଘରେ ପରିଚିତ ପଖାଳ କଂସା ଚାଳିଆ ଠାରୁ ଆରମ୍ଭ କରି ପଂଚ ତାରକା ହୋଟେଲ ପର୍ଯ୍ୟନ୍ତ ସମସ୍ତଙ୍କର ପ୍ରଥମ ପସନ୍ଦ ହୋଇଯାଇଛି ଏବଂ ଏହାକୁ ଲୋକାଲ ଡେଲିକେସି ଭାବେ ପରିବେଷଣ କରାଯାଉଛି । । ପିଲା ଠାରୁ ବୁଢା ପର୍ଯ୍ୟନ୍ତ ଏବେ ସମସ୍ତଙ୍କ ପସନ୍ଦ ପାଲଟିଛି ପଖାଳ । ୭୦ଟଙ୍କାରୁ ଆରମ୍ଭ କରି ୬୦୦ଟଙ୍କା ପର୍ଯ୍ୟନ୍ତ ବିଭିନ୍ନ ରକମର ପଖାଳ ଦେଖିବାକୁ  ମିଳୁଛି ସବୁ ସ୍ଥାନରେ । ଲୋକଙ୍କ ଚାହିଦାକୁ ନେଇ ପରଷି ଦେଉଛନ୍ତି ସମସ୍ତ ହୋଟେଲ । ସୁଆଦିଆ ପଖାଳ ସାଙ୍ଗକୁ ସମସ୍ତ ହୋଟେଲ ଭେଟି ଦେଉଛନ୍ତି ମାଛ ଭଜା, ବଡି ଚୂରା, ଶାଗ ଭଜା, ଶୁଖୁଆ ଏବଂ କଖାରୁ ଫୁଲ ଭଜା ଭଳି ଅନେକ ବ୍ୟଞ୍ଜନ । କେବଳ ଓଡିଶାରେ ଆଉ ସୀମିତ ହୋଇ ନୁହେଁ ମାତ୍ର ପଶ୍ଚିମବଙ୍ଗ, ଆସାମ, ଛତିଶଗଡ ସମେତ ନେପାଳ, ବାଙ୍ଗାଲୋର ଏବଂ ମିଆଁମାର ଯାଏଁ ବ୍ୟାପିଛି ପଖାଳ ନିଶା । ପଖାଳ ଓଡିଆ ମାନଙ୍କର ପ୍ରିୟ ଖାଦ୍ୟ ଭାବେ ପରିଚିତ । ଏହି ଖରାଦିନେ

ବିଦେଶରୁ ମଧ୍ୟ ଲୋକମାନେ ଆସି ପଖାଳ ଖାଇବାକୁ ମନ ବଳାଉଛନ୍ତି । ବିଦେଶୀ ମାନେ ତାଙ୍କ ଭାଷାରେ କହୁଛନ୍ତି ଏହାକୁ ୱାଟର ରାଇସ ମାତ୍ର ତାଙ୍କୁ ଏଠାକାର ହୋଟେଲ ପରଷି ଦେଲା ବେଳେ ଖୁସି ହୋଇ କହୁଛନ୍ତି ୱାଟର ରାଇସ ନୁହେଁ କୁହନ୍ତୁ ପଖାଳ , ଲାଗୁଛି ଯେମିତି ଖରା ଦିନ ପାଇଁ ପଖାଳ ଛଡା ଆଉ କୌଣସି ବିକଳ୍ପ ନାହିଁ । ବୋଧ ହୁଏ ଏହି କାରଣରୁ ବାଳକୃଷ୍ଣ ଦାସଙ୍କ ସୁମଧୁର କଣ୍ଠରୁ ‘ଆସ ଜୀବନ ଧନ ମୋର ପଖାଳ କଂସା, ସଜନୀରେ ତୋ ବିହୁନେ ଉଡିଲା ହଂସା’ ଏହି ସୁନ୍ଦର ଗୀତ ଶୁଣିବାକୁ ମିଳିଥିଲା ।

ଏହି ପଖାଳକୁ ଏକ ପରିଚୟ ଦେବା ପାଇଁ ସାମାଜିକ ଗଣମାଧ୍ୟମରେ ଅନେକ ତର୍କ ହେବା ପରେ ପଖାଳକୁ ଏକ ସୁନ୍ଦର ପରିଚୟ ମିଳିପାରିଥିଲା । ତେଣୁ ମାର୍ଚ୍ଚ ୨୦ତାରିଖକୁ ବିଶ୍ୱ ପଖାଳ ଦିବସ ରୂପେ ସମସ୍ତେ ପାଳି ଆସୁଛନ୍ତି । ଏହି ପଖାଳ ଦିବସ ପାଇଁ ସୋସିଆଲ ମିଡିଆରେ ଶୁଭେଚ୍ଛାର ସୁଅ ଛୁଟି ଚାଲିଛି ।

ଆଜି ଏହି ପଖାଳ ଦିବସକୁ ଓଡିଶାରେ ଯୁବା ପିଢି ଠାରୁ ଆରମ୍ଭ କରି ସମସ୍ତେ ପାଳନ କରୁଛନ୍ତି । ପଖାଳ କଥା ଶୁଣି ଯୁବା ପିଢି ଆଉ ଲାଜରେ ମୁହଁ ତଳକୁ କରୁ ନାହାନ୍ତି । ଏବେ ପଖାଳ ପାଲଟିଛି ଖାଂଟି ଓଡିଆର ପରିଚୟ,ପ୍ରାଣ ଏବଂ ସ୍ୱାଭିମାନ । ଆସନ୍ତୁ ଦେଖିବା ଏହି ପଖାଳ ଦିବସରେ ପଖାଳକୁ ନେଇ କଣ କହୁଛନ୍ତି ଆମ ସେଲିବ୍ରିଟି –

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More