Only for Entertainment

ପାକିସ୍ତାନର ମହିଳା ଜଣକ ପାକିସ୍ତାନୀ ଫ୍ଲାଗ ସହ ଗାଇଲେ ଭାରତୀୟ ଗୀତ, ଦେଖନ୍ତୁ ଭାଇରାଲ ଭିଡିଓ !

khabarNDTV
0 47

ପାକିସ୍ତାନରେ କିଛି ଏଭଳି ଘଟଣା ଘଟିଛି ଯାହା ସମସ୍ତଙ୍କୁ ଚକିତ କରି ପକାଇଛି । ପାକିସ୍ତାନର ଏୟାରପୋର୍ଟ ସିକ୍ୟୁରିଟି ଫୋର୍ସ ନିଜ କର୍ମଚାରୀଙ୍କୁ ସସପେଣ୍ଡ କରିଦେଇଛନ୍ତି । କାରଣ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ସେ ଭାରତୀୟ ସିଙ୍ଗର ଗୁରୁ ରନ୍ଧୱାଙ୍କ ଗୀତ ‘ହାଇ ରେଟେଡ ଗବ୍ରୁ’ ଗୁଣୁ ଗୁଣାଉଥିଲେ । ଭିଡିଓରେ ଦେଖିବାକୁ ମିଳିଛି ଯେ ଏହି ମହିଳା ଜଣକ ପାକିସ୍ତାନର ଫ୍ଲାଗ ବାଲା ଟୋପି ପିନ୍ଧିଥିଲେ ।

ସସପେଣ୍ଡର ତତକ୍ଷଣାତ ୨୫ବର୍ଷୀୟା ମହିଳା କର୍ମଚାରୀଙ୍କ ବେତନ ବୃଦ୍ଧି ଉପରେ ରୋଗ ଲଗାଇ ଦିଆଯାଇଛି । ଏହି ଗୀତର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି , ଯାହାପରେ ଏବେ ଅଧିକାରୀ ଏହାର ଯାଂଚ କରିବା ପାଇଁ ଆଦେଶ ଦେଇଛନ୍ତି । ଏହି ଭିଡିଓ ତିନି ମଙ୍କସର ପୂରୁଣା ଭିଡିଓ ଅଟେ । ଏହି ମହିଳା ଜଣକ ସିୟାଲ କୋର୍ଟର ଶୁଣିବାକୁ ମିଳିଛି ।

ଅଧିକାରୀଗଣ ତାଙ୍କୁ ଚେତାବନୀ ଦେଇଛନ୍ତି ଯେ ଆଗକୁ ଯଦି କିଛି ଏଭଳି କରନ୍ତି ତେବେ ତାଙ୍କ ଉପରେ କଡା ଶାସ୍ତି ମିଳିବ । ଏହିଭଳି ଆଗରୁ ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ପାକିସ୍ତାନୀ ସିଙ୍ଗର ଆତିଫ ଅସଲମ ନ୍ୟୁୟର୍କରେ ହୋଇଥିବା ପାକିସ୍ତାନୀ ପରେଡରେ ଭାରତୀୟ ଗୀତ ହୋଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More