ହାଇ ମାରିବାକୁ ନେଇ ଟ୍ରୋଲ ହୋଇଥିବା ପାକିସ୍ତାନ କ୍ୟାପଟେନ ସରଫରାଜ ଅହମଦଙ୍କ ଜବାବ, କହିଲେ ଏହି କଥା
ପାକିସ୍ତାନ କ୍ରିକେଟ ଟିମ କ୍ୟାପଟେନ ସରଫରାଜ ଅହମଦଙ୍କୁ ବିଶ୍ୱକପ ୨୦୧୯ରେ ଭାରତ ବିପକ୍ଷ ମ୍ୟାଚରେ ହାଇ ମାରୁଥିବାର ଦେଖିବାକୁ ମିଳିଥିଲା । ପରେ ଏହାକୁ ନେଇ ଅନେକ ଆଲୋଚନା ଆରମ୍ଭ ହୋଇଥିଲା । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ଲୋକେ ସରଫରାଜଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଥିଲେ । ଭାରତ ଏହି ମ୍ୟାଚକୁ ୮୯ ରନରେ ଜିତି ନେଇଥିଲା । କିନ୍ତୁ ରବିବାର ଦକ୍ଷିଣ ଆଫ୍ରିକା ବି>ପକ୍ଷରେ ପାକିସ୍ତାନ ଟିମ ଜିତିବା ପରେ ହାଇ ମାରିବା ଘଟଣାକୁ ନେଇ ପାକିସ୍ତାନ ଟିମର କ୍ୟାପଟେନ ସରଫରାଜ ମୁହଁ ଖୋଲିଛନ୍ତି ।
ମ୍ୟାଚ ପରେ ସରଫରାଜ କହିଥିଲେ, ‘ହାଇ ଆସିବା ଏକ ସାଧାରଣ କଥା । ମୁଁ କୌଣସି ପାପ କରି ନାହିଁ । ଯଦି ଲୋକେ ମୋ ହାଇ ମାରିବାକୁ ନେଇ ପଇସା କମାଉଛନ୍ତି ତେବେ ଏହା ଭଲ କଥା ।’
କହିରଖୁଛୁ ଯେ, ହ୍ୟାରିସ ସୋହେଲଙ୍କ ଦମଦାର ୮୯ ରନ ଫଳରେ ପାକିସ୍ତାନ ଦକ୍ଷିଣ ଆଫ୍ରିକାକୁ ୪୯ ରନରେ ହରାଇଥିଲା । ପାକିସ୍ତାନ ବିଶ୍ୱକପ ସେମିଫିନାଲେରେ ପ୍ରବେଶ କରିବା ପାଇଁ ହେଲେ ପାକିସ୍ତାନକୁ ବାକି ୩ଟି ରୁ ୩ଟି ଯାକ ମ୍ୟାଚ ଜିତିବାକୁ ପଡିବ ।