Only for Entertainment

ଭାରତ ଠାରୁ ହାରିବା ପରେ ମୁଁ ଆତ୍ମହତ୍ୟା କରିବାକୁ ଚାହୁଁଥିଲି : ପାକିସ୍ତାନ କୋଚ ମିକି ଆର୍ଥର

ndtv
22

ପାକିସ୍ତାନ କ୍ରିକେଟ ଟିମର ହେଡ କୋଚ ମିକି ଆର୍ଥର ଦାବା କରିଛନ୍ତି ଯେ, ବିଶ୍ୱ କପ ୨୦୧୯ରେ ଭାରତ ପାକିସ୍ତାନ ଠାରୁ ହାରିବା ଏତେ ଦୁଃଖ ଭରା ଥିଲା ଯେ, ମୁଁ ଆତ୍ମହତ୍ୟା କରିବା ପାଇଁ ଚାହୁଁଥିଲି ।

ମଂଚେଷ୍ଟର ଠାରେ ୧୬ ଜୁନରେ ଖେଳାଯାଇଥିବା ଭାରତ ପାକିସ୍ତାନ ମ୍ୟାଚରେ ଭାରତ ପାକିସ୍ତାନକୁ ୮୯ ରନରେ ହରାଇଥିଲା । ପାକିସ୍ତାନର ଏହି ପରାଡୟ ପରେ ପାକିସ୍ତାନୀ ଫ୍ୟାନ୍ସ ଖୁବ ନିରାଶ ହୋଇଯାଇଥିଲେ । ଯାହାର ପ୍ରତିଫଳ ସୋସିଆଲ ମିଡିଆରେ ମଧ୍ୟ ଦେଖିବାକୁ ମିଳିଥିଲା । ଫ୍ୟାନ୍ସ ଟ୍ୱିଟ ଏବଂ ଫେସବୁକ ଜରିଆରେ ନିଜ ରାଗକୁ ପ୍ରକାଶ କରିଥିଲେ । ଭାରତ ଠାରୁ ହାରିବା ପନରେ ପାକିସ୍ତାନ ଟିମରେ ସେମିଫିନାଲେକୁ ଯିବା ଆଶା କମିଯାଇଥିଲା ମାତ୍ର ଦକ୍ଷିଣ ଆଫ୍ରିକା ଠାରୁ ଜିତିବା ପରେ ପାକିସ୍ତାନ ଫ୍ୟାନ୍ସଙ୍କ ମନରେ ଆଶା କିରଣ ଦେଖାଦେଇଛି ।

ଆର୍ଥର କହିଛନ୍ତି ଯେ, ‘ଗତ ରବିବାର ଅର୍ଥାତ ୧୬ ଜୁନରେ ମୁଁ ସୁଇସାଇଡ କରିବା ପାଇଁ ଚାହୁଁଥିଲି । କିନ୍ତୁ ଆପଣ ଜାଣନ୍ତି ଯେ ଏ ହା କେବଳ ଏକ ପରଫମାନ୍ସ ଥିଲା । କିନ୍ତୁ ଏହା ବିଶ୍ୱକପ ଏଠାରେ ମିଡିଆର ପ୍ରେସର , ଫ୍ୟାନ୍ସଙ୍କ ଆଶା ରହିଛି ଏପରି ସ୍ଥିତିକୁ ଆମେ ଆସିଯାଇଛୁ ଯେ, ଆମକୁ ଖେଳରେ ରହିବା ପାଇଁ ଭାବିବାକୁ ପଡୁଛି ।’

କହିରଖୁଛି ଯେ, ପାକିସ୍ତାନ ର ଆଉ ମାତ୍ର ୩ଟି ମ୍ୟାଚ ବାକି ରହିଛି । ୩ଟି ରୁ ୩ ଯାକ ପାକିସ୍ତାନ ଜିତିପାରିଲେ ଟିମ ସେମିଫିନାଲେରେ ପ୍ରବେଶ କରିପାରିବ । ପାକିସ୍ତାନ ଆଗାମୀ ମ୍ୟାଚ ନ୍ୟୁଜିଲ୍ୟାଣ୍ଡ ସହିତ ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More